-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
03-Sep-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ବ୍ଳକ ଆଠଗଡ଼ ପାଟଣା ଗୌଡ଼ ସାହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ବହୁ ପିଲା ଅସୁସ୍ଥ ହୋଇଛନ୍ତି। କିଛି ପିଲା ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ୫ ଜଣ ପିଲା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସ୍କୁଲ ପ୍ରଧାନ ଶିକ୍ଷକ ଏହି ଭଳି ସମସ୍ୟାର କାରଣ କିଛି କହିନାହାନ୍ତି। କିନ୍ତୁ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦେକ୍ଷପ ର ପ୍ରମାଣ ନାହିଁ। ଅନ୍ୟ ପକ୍ଷରେ ଏହି ଭଳି ଗୁରୁତର ପରିସ୍ଥିତିରେ କୌଣସି ଜିଲ୍ଲା ଅଧିକାରୀଙ୍କର ଦେଖା ଦର୍ଶନ ନାହିଁ। ଏହି ଘଟଣା କୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଅଭିଭାବକ ଓ ଅଞ୍ଚଳ ବାସିନ୍ଦା ଙ୍କ ତରଫରୁ ଦାବି ହେଉଛି।
କୈଲାସୀ