-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
କଲାହାଣ୍ଡି: କୋକସରା (ତ୍ରିନାଥ ବେଶ୍ର।)
କଳାହାଣ୍ଡି ରେ ଅନେକ ଏୈତିହାସିକ କିର୍ତ୍ତିରାଜ ଓ ରହସ୍ୟମୟ ସ୍ଥାନ ର ଅଭାବ ନାହିଁ, ହେଲେ ପ୍ରଚାର ପ୍ରସାର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ବହୁ ଦର୍ଶନୀୟ ସ୍ଥାନ ଆଜି ମଧ୍ଯ ଦୃଷ୍ଟି ଆଢୁଆଳ ରେ ରହିଯାଇଛି।ଏହିଭଳି ଏକ କିର୍ତ୍ତିରାଜ ରେ ଥିବା ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରାଜପୂର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାର ଭାଟି ଗାଁ ପୋଇଗୁଡା ବନ୍ଧପଡା ଠାରେ। ଚିରସ୍ରୋତା କୁସୁମଜୋର୍ ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର ସାପଗଣ୍ଡା ଶୈବପୀଠ ଭାବରେ ପରିଚିତ। ବହୁ ପୂରାତନ ମନ୍ଦିର ହୋଇଥିବାରୁ ଏଠାରେ ବହୁତ ଭକ୍ତ ଆସିଥାନ୍ତି। ନଦୀ ମଧ୍ୟରେ ଥିବା ଏକ ପଥର ଗର୍ତ୍ତ ରେ ଖସିଲେ ପାପନାଶ ହୁଏ ବୋଳି ବିଶ୍ବାସ କରନ୍ତି। ବର୍ତ୍ତମାନ ମନ୍ଦିର ପୂଜକ ଦାୟିତ୍ଵ ନିର୍ବାହ କରୁଥିବା ପୂଜକ ଙ୍କ ପୂର୍ବପୁରୁଷ ୧୭୦୦ ମସିହା ରୁ ପୁରୁଷାନୁ କ୍ରମେ ପୁଜା ଓ ନୀତିକାନ୍ତି ସମ୍ପାଦନ କରି ଆସୁଛନ୍ତି।ଏହି ପୁରାତନ ଶୈବପୀଠ ର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ ଓ ଆନୁସଙ୍ଗିକ ବିକାଶ କରାଗଲେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ସୁବିଧା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।