-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ପାଟଣାଗଡ଼ (ଗୋରେଖନାଥ ବରିହା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ର କୈ।ଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଏବଂ ଓ .ଟି .ଏସ୍ .ଏ ପାଟଣାଗଡ଼ ଙ୍କ ମିଳିତ ଆନୁକୁଲ୍ୟରେ ନବ ବର୍ଷ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଇଥିବା ଜଣାପଡ଼ିଛି । ନବ ବର୍ଷ ପାଳନ ଅବସରରେ ମିଳିତ ଅନୁଷ୍ଠାନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରଥମ ଦିନ ରେଙ୍ଗାଲଜୁରୀ ଗ୍ରାମର ୬୦ ଜଣ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ କରାଯାଇଥିଲା । ଦୁଇ ତାରିଖରେ ଲୁହାଖାନ ଗ୍ରାମ କୁ ଯାଇ ୨୪ ଜଣ ଅସହାୟ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ସଞ୍ଜିବ କୁମାର ପୁଟେଲ , ଏବଂ ଓ .ଟି.ଏସ.ଏ ର ସଂଯୋଜିକା ବବିତା ପୁଟେଲ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କିସ୍କୋ ଶାଖ ର ପରିଚାଳକ ରାଜିବ ପୁଟେଲ ସପତ୍ନୀ ସ୍ବାସ୍ଥ୍ୟ ସେବୀକା ତଥା ନର୍ସିଙ୍ଗ ଅଫିସର ପ୍ରଗତି ପୁଟେଲ ପ୍ରମୁଖ ନିଜସ୍ଵ ଅର୍ଥରେ କମଳ ବଣ୍ଟନ କରିଥିବା ବେଳେ ସ୍ବେଚ୍ଛାସେବୀକା ପ୍ରଗତି ବୃଦ୍ଧବୃଦ୍ଧା ଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। ଏପରି ମହତ୍ କାର୍ଯ୍ୟ ପାଇଁ ମିଳିତ ଅନୁଷ୍ଠାନର ଉଦ୍ୟମକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।