-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ନର୍ଲା : (ସଞ୍ଜୀବ ଦାସ) କରୋନା ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ମାସ ୨୨ ତାରିଖ ରୁ ଟ୍ରେନ ଚଳାଚଳ ବନ୍ଦହୋଇଥିଲା।ପ୍ରଥମ ଓ ଦ୍ୱିତୀୟ ଲକଡାଉନ ଖୋଲିବା ପରେ ଗତ ଅଗଷ୍ଟ ମାସ ରୁ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ସମତା, କୋରବା ଏକ୍ସପ୍ରେସ, କୋରାପୁଟ -ଭୁବନେଶ୍ୱର ଟ୍ରେନ ଚଳାଚଳ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରୁପ୍ରାରୋଡ ରେ ଏହି ଟ୍ରେନ ଗୁଡ଼ିକ ର ଷ୍ଟପେଜ ଦିଆଯାଇ ନାହିଁ। ଯାହା ଫଳରେ ଏହି ଅଂଚଳର ଲୋକେ ଦିଲ୍ଲୀ ,ରାୟପୁର, ବିଶାଖାପାଟଣା, ଭୁବନେଶ୍ବର, ଗୁଜରାଟ, ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ନିକଟସ୍ଥ 30 କିଲୋମିଟର କେସିଙ୍ଗା ଷ୍ଟେସନ କୁ ଯାଇ ଟ୍ରେନ ରେ ବସୁଛନ୍ତି ଯାହା କି ହ୍ଇରାଣ ସହିତ ଖର୍ଚ୍ଚାନ୍ତ ଓ ସମୟ ନଷ୍ଟ ହେଉଛି । ରୁପ୍ରାରୋଡ ଷ୍ଟେସନରେ କିଛି ଦିନ ହେଲା କେବଳ ସମ୍ବଲପୁର -ରାୟଗଡ଼ା ଇଣ୍ଟରସିଟି ରହୁଛି। କରୋନା ସଂକ୍ରମଣ ହେବା ପୂର୍ବରୁ ଇଷ୍ଟକୋଷ୍ଟ ସମ୍ବଲପୁର ଡିଭିଜନ ରୁପ୍ରାରୋଡ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ୍ ଯାହାକି ବିଶାଖାପାଟଣା – ନିଜାମୁଦିନ ସମତାସୁପରଫାଷ୍ଟ, ବିଶାଖାପାଟଣା-କୋରବା ଲିଙ୍କ ଏକ୍ସପ୍ରେସ, ଟ୍ରେନ୍ ଗୁଡିକ ଦୁଇ ଟି ଷ୍ଟେସନ ରେ ରହୁଥିଲା। ରୁପ୍ରାରୋଡ ରେ ରହଣି ପାଇ ବାରମ୍ବାର ଦାବି ସତ୍ଵେ ପ୍ରଶାସନ ର ବ୍ୟୈମାତ୍ରୁକ ମନ ଯୋଗୁଁ ରୃପ୍ରରୋଡରେ ଏହା ଆଜି ପର୍ଯ୍ୟନ୍ତ ରହୁନାହିଁ କି କୋରାପୁଟ -ଭୁବନେଶ୍ବର ଭାୟା ଟିଟିଲାଗଡ଼ ସପ୍ତାହ କୁ ତିନି ଦିନ ଯାତାୟତ କରୁଥିବା ଏକ୍ସପ୍ରେସ୍ ରହୁନାହିଁ। ଏହି ସମୟରେ ରୁପ୍ରାରୋଡ ରେ ଏହି ସବୁ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ରୁପ୍ରାରୋଡ ସଚେତନ ନାଗରିକ ମଞ୍ଚର ବକ୍ଳ ଉପାଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମନୋଜ ମହାନ୍ତି, ଗୋଵିନ୍ଦ ଖେତାନ, ସୁବାଷ ଅଗ୍ରୱାଲ (ଓକିଲ) ଅନିଲ ଅଗ୍ରୱାଲ, ଦିନଦୟାଲ ଅଗ୍ରୱାଲ,ରାମଚନ୍ଦ୍ର ଶର୍ମା,ସୁମିତ ଶର୍ମା,ନିରଜ ଶର୍ମା,କୈଲାସ ଅଗ୍ରୱାଲ ଏକ ଦାବିପତ୍ର ଷ୍ଟେସନ ଅଧ୍ୟକ୍ଷ ଙ୍କୁ ପ୍ରଦାନ କରିଥିଲେ ଏହି କରୋନା ମହାମାରୀ ସଂକ୍ରମଣ ସମୟରେ ନର୍ଲା ବ୍ଳକ ର 26ଟି ପଂଚାୟତର ଜନସାଧାରଣ ରୁପ୍ରାରୋଡ କୁ ଆସି ଟ୍ରେନ୍ ରହଣି ଓ ବସ ଚଳାଚଳ ହେଉ ନଥିବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କୋୖଣସି ନେତା ଙ୍କ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି ।ଦୀର୍ଘ ବର୍ଷ ଧରି ସୁବିଧା ପାଉଥିବା ଅଞ୍ଚଳ ବାସୀଙ୍କ ପାଇଁ ଏହା ବଡ଼ ଧୋକା ବୋଲି ଚର୍ଚ୍ଚା ହେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଆଗାମୀ ଦିନରେ ଏହା ଆନ୍ଦୋଳନରେ ପରିଣତ ହେବ ବୋଲି ଚର୍ଚ୍ଚା ହେଉଛି ।