-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ବବଲାଙ୍ଗିର, (ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲାରେ ଆଜି 16 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ଆଗଲପୁର ବ୍ଲକ ର ଆଗଲପୁର ଗ୍ରାମରୁ ଜନେ, ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନମ୍ବର 4, ୱାର୍ଡ ନମ୍ବର 2 ଓ ୱାର୍ଡ ନମ୍ବର 15 ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବଙ୍ଗୋମୁଣ୍ଡା ବ୍ଲକ ର ସିନ୍ଧେକେଲା ଗ୍ରାମରୁ 1 ଏବଂ ପାଟଣାଗଡ଼ର ମରୁଆ ଗ୍ରାମରୁ 1 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ସେହିପରି ତୁରେକେଲା ବ୍ଲକ ର କୁଇବାହାଲ ଗ୍ରାମରୁ 8 ଜଣ, ଢୋଲ ମଣ୍ଡଲ ଗ୍ରାମରୁ ଜଣେ ଏବଂ ହିଆଲ ଗ୍ରାମରୁ 1 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ 8480 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 125 ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ 8316 ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ l