-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ଭୁବନେଶ୍ୱର: (ପ୍ରେରଣା ଖବର)- ଭାରତୀୟ ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୌରିୟା ମଙ୍ଗଳବାର କହିଛନ୍ତି ଯେ, ପଡ଼ୋସୀ ଦେଶ ଚୀନ୍ ଲଦାଖର ଏଲଏସି ନିକଟରେ ନିଜର ପୂର୍ଣ୍ଣ କ୍ଷମତା ସହିତ ବିମାନ ମୁତୟନ କରାଯାଇଛି । ଯଦ୍ବାରା ସେ ତାଙ୍କ ସୈନ୍ୟମାନଙ୍କୁ ସାହାଯ୍ୟ କରିପାରିବେ । ଏହି ଅବସରରେ ବାୟୁସେନା ମୁଖ୍ୟ କହିଛନ୍ତି ଯେ, ବର୍ତ୍ତମାନ ଚୀନ୍ର ଉଦ୍ଦେଶ୍ୟକୁ ବୁଝିବା ସବୁଠୁ ବଡ଼ କଥା । ଏଥିରେ ଚୀନର କିଛିବି ଗେମ୍ ପ୍ଲାନ ଥାଇପାରେ, ସେଥିପ୍ରତି ଭାରତକୁ ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ । ଏପରିକି ଚୀନ୍ ଓ ପାକିସ୍ତାନ ମିଳିତ ଷଢ଼ଯନ୍ତ୍ର ମଧ୍ୟ କରିପାରନ୍ତି, ତାହାକୁ ସାମ୍ନା କରିବା ପାଇଁ ଭାରତ ପ୍ରସ୍ତୁତ ।
ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଦୌରିୟା କହିଛନ୍ତି ଯେ, ଲଦାଖରେ ଚୀନ୍ ସେନାର ନିୟୋଜିତ ହେବା କଥା ସବୁ ଭଲଭାବେ ଜଣା ଅଛି । ଏପରି କି ଚୀନ୍ ନିଜର ବାୟୁସେନାକୁ LAC ଉପରେ ପୂର୍ଣ୍ଣ କ୍ଷମତା ସହିତ ନିୟୋଜିତ କରିଛି । ଭଦୌରିଆ କହିଛନ୍ତି ଯେ ଚୀନ୍ର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ମଧ୍ୟ ଉପଯୁକ୍ତ କାର୍ଯ୍ୟ କରିବା ସହିତ ସମସ୍ତ ଆବଶ୍ୟକିୟ ପଦକ୍ଷେପ ନେଉଛି ।
ଚୀନ୍ LAC ଉପରେ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର, ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ନିୟୋଜିତ କରିଛି । ଭାରତୀୟ ବାୟୁସେନା ଏହାର ମୁକାବିଲା କରିବା କଥା ପଚରାଯିବାରୁ ସେ ଉତ୍ତରରେ କହିଥିଲେ ଏବେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ କରିଛୁ । ଯଦି ତାହା ହୋଇନଥାନ୍ତା ତେବେ ଆଜି ଲଦାଖର ଅବସ୍ଥା ଅଲଗା ହୋଇଥାନ୍ତା । ଭଦୌରିଆ କହିଛନ୍ତି ଯେ, ଯେଉଁଭଳି ଭାବରେ ଭାରତର ସୈନ୍ୟ ନିୟୋଜିତ ହୋଇଥିଲେ। ସେଥିପାଇଁ ଚିନ୍ତା କରିବାର କିଛି ନାହିଁ । ଦେଶର ସୁରକ୍ଷାକୁ ନେଇ କୌଣସି ସନ୍ଦେହ ନାହିଁ । ସେ କହିଛନ୍ତି ଯେ ଆମେ ଚୀନ୍କୁ ଏକ ଯୁକ୍ତିଯୁକ୍ତ ଉତ୍ତର ଦେଇଛୁ । କୌଣସି ଲକ୍ଷ୍ୟ ବ୍ରାହ୍ମୋସ କ୍ଷେପଣାସ୍ତ୍ର ବାହକ ସୁଖୋଇ -30 MKI ରୁ ରକ୍ଷା ପାଇପାରିବ ନାହିଁ ।ସେ କହିଛନ୍ତି ଯେ ଦକ୍ଷିଣ ଏସିଆ ବର୍ତ୍ତମାନ ପ୍ରମୁଖ ଶକ୍ତି ମଧ୍ୟରେ ପ୍ରତିଯୋଗିତାର କେନ୍ଦ୍ର ପାଲଟିଛି । “ବିଶ୍ୱ ଭୂ-ରାଜନୈତିକ ସାମ୍ମୁଖ୍ୟରେ ଦ୍ରୁତ ଗତିରେ ବିକାଶ ହେଉଥିବା ଅନିଶ୍ଚିତତା ଏବଂ ଅସ୍ଥିରତା ଚୀନ୍କୁ ଏହାର ବଢ଼ୁଥିବା ଶକ୍ତି ଦେଖାଇବାକୁ ସୁଯୋଗ ଦେଇଛି । ଏଥି ସହିତ ବିଶ୍ବର ସୁରକ୍ଷା ପାଇଁ ପ୍ରମୁଖ ଶକ୍ତିମାନଙ୍କର ପର୍ଯ୍ୟାପ୍ତ ପ୍ରୟାସ ମଧ୍ୟ ସାମ୍ନାକୁ ଆସିଛି । ଏହାଦ୍ୱାରା ପାରମ୍ପାରିକ ସହଯୋଗୀ ତଥା ରାଷ୍ଟ୍ର ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଅସୁରକ୍ଷିତତା ଦେଖାଦେଇଛି ।
ସେ କହିଛନ୍ତି, “ଆମେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ବୃଦ୍ଧି ହେବାରେ ଲାଗୁଥିବାର ଦେଖୁଛୁ ... ଚୀନ୍ର ଆକାଂକ୍ଷା ବିଶ୍ୱ ସାମ୍ନାରେ ସ୍ପଷ୍ଟ ଏବଂ ସେହି ଆଞ୍ଚଳିକ ଆଭିମୁଖ୍ୟ ହେଉଛି ବିଶ୍ୱ ନେତୃତ୍ୱର ଏକ ମାର୍ଗ ।”କହିରଖୁଛୁ ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ସାକ୍ଷାତକାରରେ ANI କୁ କହିଛନ୍ତି ଯେ ଚୀନ୍ ଏହାର ସୀମା ଅଞ୍ଚଳରେ ବହୁ ଭିତ୍ତିଭୂମି ବିକାଶ କରୁଛି । ସୀମାରେ ଥିବା ଲୋକ ଏବଂ ସୈନିକମାନଙ୍କ ପାଇଁ ଭାରତ ମଧ୍ୟ ଏକ ଦ୍ରୁତ ଭିତ୍ତିଭୂମି ବିକାଶ କରୁଛି । କୌଣସି ଦେଶ ଉପରେ ଆକ୍ରମଣ କରିବା ପାଇଁ ଆମେ ଭିତ୍ତିଭୂମି ବିକାଶ କରୁନାହୁଁ, କିନ୍ତୁ ଏହା ଆମ ଲୋକଙ୍କ ପାଇଁ କରୁଛୁ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଉଥିବା କୌଣସି ଜିନିଷକୁ ବରଦାସ୍ତ କରିବ ନାହିଁ । ସିଂ କହିଛନ୍ତି ଯେ ଆମର ଯାହା ଅଛି ତାହା ଛାଡିବୁ ନାହିଁ ।