-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ବଲାଙ୍ଗିର, (ପ୍ରେରଣା ଖବର) , ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି, ଉପଦେଷ୍ଟା, ଓଡିଶା ସାମ୍ବାଦିକ ୟୁନିଅନ ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର (63)ଙ୍କ ଆଜି ଅକାଳ ବିୟୋଗ ଘଟିଛି ା ସମ୍ବଲପୁର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମ୍ରୁତ୍ୟୁ ଘଟିଛି ା ଶଙ୍କର ମିଶ୍ର ଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ା ଗାତ କିଛି ଦିନ ତଳେ ଶ୍ରୀ ମିଶ୍ର ଗୁରୁତର ଅସୁସ୍ଥ ହୋଇ ବଲାଙ୍ଗିର ଡାକ୍ତର ଖାନା ଆଇସିୟୁ ରେ ଭର୍ତ୍ତି ହୋଇଥିବା ବେଳେ ସ୍ଵାସ୍ଥ୍ୟବସ୍ଥା ରେ ଅବନତି ଘଟିବାରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା l ଆଜି ଶ୍ରୀ ମିଶ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବଲାଙ୍ଗୀରର ଏକ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇଛି l ଶ୍ରୀ ମିଶ୍ରଙ୍କ ପତ୍ନୀ ରତ୍ନମାଳା ଯୋଶୀ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷl ହୋଇଥିବାବେଳେ ତାଙ୍କର ଦୁଇଟି ଝିଅ ଅଛନ୍ତି l ଶ୍ରୀ ମିଶ୍ରଙ୍କ ବିୟୋଗ ବଲାଙ୍ଗିର ସାମ୍ବାଦିକତା କ୍ଷେତ୍ର ରେ ଏକ ଅପୂରଣୀୟ କ୍ଷତି କହିଲେ ଭୁଲ ହେବ ନାହିଁ l
ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ବଲାଙ୍ଗିର ପ୍ରେସ କ୍ଲବ ତରଫରୁ ଶ୍ରୀ ମିଶ୍ରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ର ପ୍ରତିଷ୍ଠା କ୍ଷେତ୍ରରେ ସ୍ଵର୍ଗତ ମିଶ୍ର ଙ୍କ ଏକ ମହତ୍ ଅବଦାନ ରହିଥିଲା l ଶ୍ରୀ ମିଶ୍ରଙ୍କ ନେତୃତ୍ୱ ଶୈଳୀ, ସାଙ୍ଗଠନିକ ଦକ୍ଷତା, ସାମ୍ବାଦିକତା ବୃତ୍ତି ପ୍ରତି ଅବଦାନ ଏବଂ ଅlମାୟିକ ବ୍ୟବହାର ସବୁଦିନ ପାଇଁ ମନେ ରହିବ ବୋଲି ସାମ୍ବାଦିକ ମହାଲରେ ମତପ୍ରକାଶ ପାଇଛି l