-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ବଲାଙ୍ଗୀର, (ପ୍ରେରଣା ଖବର) : ପ୍ରତିଦିନ କେହି ନା କେହି ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ୁଛନ୍ତି ଲ ଗତକାଲି କନିଷ୍ଠ କରଣୀ ପ୍ରମୋଦ ରଥ ଏବଂ ବିଡ଼ି ସି ସି ବ୍ଯାଙ୍କ ର ସୁଶୀଲ ନନ୍ଦ ଭିଜିଲାନ୍ସ ହାବୁଡରେ ପଡିଥିବା ବେଳେ ଆଜି ଆଉ ଜଣେ ସରକାରୀ ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ ବିଭାଗ l ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧିକାରୀ। ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଜୁନିୟର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ।
ସହରର ସର୍କିଟ ହାଉସ ନିକଟସ୍ଥ ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ ଜାରି ରଖିଛନ୍ତି । ଏବେ ସୁଦ୍ଧା ନଗଦ 16 ଲକ୍ଷ 32 ହଜାର 250 ଟଙ୍କା ସହ ବିପୁଳ ପରିମାଣର ସୁନା ଗହଣା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।
ତେବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ପରେ ଅଦାଲତଙ୍କ ଠାରୁ ସର୍ଚ୍ଚ ୱାରେଣ୍ଟ ଆଣି ଭିଜିଲାନ୍ସ ଏହି ଚଢାଉ ଜାରି ରଖିଛି । ସେପଟେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ବିଭୂତି ଶଙ୍କର ବିନ୍ଧାଣୀ।