-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
24-Jul-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ରାଜ୍ୟରେ ଶିକ୍ଷାକୁ ଅତ୍ୟାଧୁନିକ ପ୍ରଣାଳୀ ଅନ୍ତର୍ଗତ କରାଯିବ । ପ୍ରତି ସରକାରୀ ସ୍କୁଲରେ କମ୍ପ୍ୟୁଟର ଲ୍ୟାବ୍ ରହିବ । ଏନଇପି ଅନୁଯାୟୀ ଷଷ୍ଠ ଶ୍ରେଣୀରୁ କୋଡିଂ କ୍ଲାସ ହେବ । ବିଦ୍ୟାଳୟମାନଙ୍କରେ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା କରାଯିବା ସହ ନବମ ଶ୍ରେଣୀରୁ କ୍ୟାରିଅର କାଉନସେଲିଂ ସୁବିଧା ରହିବ । ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିକାଶ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ ବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ବିପ୍ଳବ ଆଣିବାକୁ ଏଆଇ ପ୍ଲାଟଫର୍ମ ଆରମ୍ଭ ହେବ । ୮୦୦ ସରକାରୀ ବିଦ୍ୟାଳୟକୁ ପିଏମଶ୍ରୀ ବିଦ୍ୟାଳୟରେ ପରିଣତ କରାଯିବ । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଆଇଟିଆଇ କଲେଜଗୁଡିକର ଭିତ୍ତିଭୂମି ଓ ପାଠ୍ୟକ୍ରମ ବୃଦ୍ଧି ଉପରେ ଆଧୁନୀକିକରଣ କରାଯିବ ।
ରାଜ୍ୟପାଳଙ୍କ ଅଭିଭାଷଣର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ:
* ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ ରଖାଯାଇଛି
* ଅଙ୍ଗନୱାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ
*ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ
* ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ଯ୍ୟକ୍ରମ