-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
24-Jul-2024
ପାଟଣାଗଡ଼(ପ୍ରେରଣା ଖବର) ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହ ଅଧୀକ୍ଷଣ ଯନ୍ତ୍ରୀ ସୁଜିତ କୁମାର ପାଠୀ । ଆଜି ଅପରାହ୍ନରେ ଶ୍ରୀ ପାଢ଼ୀ ଜଣେ ଠିକାଦାରଙ୍କ ଠାରୁ ୫ଠ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସରକାରୀ ନିର୍ମାଣ କାମରେ ଏକ ବକେୟା ବିଲ୍ ଫାଇନାଲ କରାଇ ଦେବା ପାଇଁ କହି ଠିକାଦାରଙ୍କ ଠାରୁ ୧ଲକ୍ଷ ଟାଙ୍କା ଲାଂଚ ମାଗିଥିଲେ ଶ୍ରୀ ପାଢ଼ୀ । ପ୍ରଥମ କିସ୍ତି ଦେଲା ପରେ ଦ୍ୱିତୀୟ କିସ୍ତି ୫ଠ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ମାଡିବସିଥିଲା । ବକେୟା ୫ଠ ହଜାର ଟଙ୍କା ନ ଦେଲେ ବିଲ ଫାଇନାଲ ହେନ ଥିବା ଯୋଗୁଁ ଶେଷରେ ଅତିଷ୍ଟ ହଇøାଇ ଠିକାଦାର ଜଣଖ ଭିଜିଲାନ୍ସ ବିଭାଗର ଆଶ୍ରୟ ନେଇଥିଲେ । ଆଜି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପାଢ଼ୀ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର ୧୭/୨୩.୦୭,୨୦୨୪ ରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ ଏକ ମୁକଦ୍ଦମା ଦାୟର ହୋଇଛି ।