-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
24-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ଏକ ପାଗଳା ଗାଈ ର ଆତଙ୍କ ରେ ଆତଙ୍କିତ ଆଜି ସୋନପୁର ଘୋଡ଼ା ଘାଟ ପଡ଼ା ବାସିନ୍ଦା l ଆଜି ଭୋର୍ ସକାଳୁ ସନ୍ଧ୍ୟା ଯାଏଁ ଏହି ଗାଇଟି ଛୁଆ ପିଲା ଯୁବକ ବୁଢ଼ା ବୁଢ଼ୀ ଯାହାକୁ ଦେଖିଲେ ମାରିବା ପାଇଁ ଗୋଡାଉଛି l ସ୍କୁଲ କଲେଜ ପିଲା ଛୁଆ କାହାକୁ ବି ଛାଡ଼ିନି ଏ ପାଗଳା ଗାଈ, ପୁରା ଦିନ ସାରା ଆତଙ୍କ ଖେଲାଇଛି ଆଜି ଏ ଗାଇଟି l ଯେଉଁଥି ପାଇଁ କି ଏ ଘୋଡା ଘାଟ ବାସୀ ଙ୍କ ସମେତ ସହର ବସୀ ଏ ଘଟଣା ଶୁଣି ଭୟଭୀତ ଅବସ୍ଥାରେ ଅଛନ୍ତି l ଏହାର ଦୌରତ୍ମ୍ୟ ରେ ଅନେକ ଗାଡ଼ି ମୋଟର ମଧ୍ୟ ଆଜି ଭାଙ୍ଗି କ୍ଷୟ କ୍ଷତି ହୋଇ ଥିବା ଖବର ଆସିଛି l ପୌର ପରିଷଦ ପକ୍ଷରୁ ତୁରନ୍ତ ଏହି ଗାଈ କୁ ଧରି ଏହାର ଚିକିତ୍ସା କରାଇ ଗୋଶlଳା ରେ ଭର୍ତ୍ତି କରିବାକୁ ଲୋକେ ଦାବୀ ଜଣାଇଛନ୍ତି l ପାଗଳ କୁକୁର କାମୁଡ଼ା ରେ ଏ ଗାଇଟି ଜଳାନ୍ତକ ରୋଗ ରେ ପୀଡ଼ିତ ଥିବା ଅନୁମାନ କରାଯାଉଛି l