-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ରାଜ୍ୟ

ରାଜଧାନୀରେ ବଢୁଛି ନକଲି ଜମି ମାଲିକଙ୍କ ଦୌରାତ୍ମ୍ୟ, ଅସଲି ମାଲିକଙ୍କ ଅଜାଣତରେ ବିକି ଦେଉଛନ୍ତି ଜମି

16-Jul-2024



ଭୁବନେଶ୍ୱର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ):  ରାଜଧାନୀ ଉପକଣ୍ଠରେ ଆପଣଙ୍କର ଜମି ରହିଛି କି ! ତେବେ ହୋଇ ଯାଆନ୍ତୁ ସତର୍କ। କାରଣ ରାଜଧାନୀରେ ବୁଲୁଛନ୍ତି ମାଳମାଳ ନକଲି ଜମି ମାଲିକ। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ବିକ୍ରି କରି ଦେଉଛନ୍ତି ଜମି। ଅସଲି ଜମି ମାଲିକଙ୍କ ଫଟୋ ଓ ନକଲି ଦସ୍ତଖତ କରି ଜମିକୁ ଥରେ ନୁହେଁ ୨/୩ ଥର ବି ବିକ୍ରି ହେବା ଭଳି ଘଟଣା କମ୍‌‌ ନାହିଁ।

ଗତବର୍ଷ ବଡ଼ଗଡ଼ ଥାନାରେ ରୁଜୁ ହୋଇଥିବା ଏକ ମାମଲାରୁ ଏଭଳି ଘଟଣା ସ୍ପଷ୍ଟ ହୋଇଥିଲା। ଅଭିଯୋଗ ଅନୁଯାୟୀ, ବାପୁଜୀନଗରର ଅଶୋକ କୁମାର ପଣ୍ଡା ୨୦୨୧ ମସିହା ମାର୍ଚ୍ଚ ମାସରେ ଚନ୍ଦକା ଥାନା ଅନ୍ତର୍ଗତ ନୂଆଗାଁ ମୌଜାରେ ଦୁଇଟି ପ୍ଲଟ୍‌‌ କିଣିଥିଲେ। ଶ୍ୟାମପୁର ଅଞ୍ଚଳର ବିଳାସିନୀ ବେହେରା ଓ ଅଭିମନ୍ୟୁ ବେହେରାଙ୍କ ଠାରୁ ଜମି କିଣିବା ପରେ ମ୍ୟୁଟେସନ ମାଧ୍ୟମରେ ଦୁଇଟି ଜମିର ମାଲିକାନା ନିଜ ନାମକୁ ଆଣିଥିଲେ। ଅଶୋକ ଖଜଣା ଦେବା ଓ ଜମିର କିସମ ପରିବର୍ତ୍ତନ ଆବେଦନ କରିବାକୁ ଆରଓଆର ଯାଞ୍ଚ କରିଥିଲେ। ହେଲେ ତାଙ୍କ ଖାତାରେ କୌଣସି ପ୍ଲଟ ନଥିବା ଜାଣିବାକୁ ପାଇଥିଲେ। ତାଙ୍କ ଜମିଟି ପୁଣି ମ୍ୟୁଟେସନ ହୋଇଥିବା ଜାଣିବାକୁ ପାଇଥିଲେ। କେହି ଜଣେ ଅଜଣା ବ୍ୟକ୍ତି ନିଜକୁ ଅଶୋକ କୁମାର ପଣ୍ଡା ବୋଲି ଦର୍ଶାଇ ଗତବର୍ଷ ଜୁଲାଇ ମାସ ୪ ତାରିଖ ଦିନ ଜମି ବିକ୍ରି କରିଥିବା ଜଣାପଡ଼ିଥିଲା। ବେସରକାରୀ ସଂସ୍ଥାକୁ ବିକ୍ରି କରି ଦେଇଥିଲେ। ଜମି କିଣିବା ପରେ ଉକ୍ତ ବେସରକାରୀ ସଂସ୍ଥା ମଧ୍ୟ ମାଲିକାନାକୁ ନିଜ ନାମକୁ ପରିବର୍ତ୍ତନ କରି ନେଇଥିଲା। ଅଶୋକଙ୍କ ଅଜାଣତରେ ତାଙ୍କ ଜମି ବିକ୍ରି ହୋଇଥିବା ଜାଣିବା ପରେ ସେ ଖଣ୍ଡଗିରି ସବ୍‌‌ ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌‌ ରେଜିଷ୍ଟ୍ରାରଙ୍କ ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ବିକିବା ପରେ ପାୱାର ଅଫ୍‌‌ ଆଟର୍ନି ରାଜଧାନୀରେ ଜମି ଠକେଇ ମାମଲା ଯେତିକି ବଢ଼ୁଛି, ଠକେଇ କରିବାର ନୂଆ ନୂଆ ତରିକା ସେତେ ସାମ୍ନାକୁ ଆସୁଛି।

ଥରେ ଜମିକୁ ବିକ୍ରି କରିବା ପରେ ପୁଣି ଜଣଙ୍କୁ ପାୱାର ଅଫ୍‌‌ ଆଟର୍ନି ଦେଉଛନ୍ତି। ଆଉ ପାୱାର ଅଫ୍‌‌ ଆଟର୍ନି ହୋଲ୍ଡର ଏହାର ଫାଇଦା ନେଇ ବିଭିନ୍ନ ଲୋକଙ୍କୁ ଜମି ବିକ୍ରି କରୁଛନ୍ତି। ଜାଲ୍‌‌ ଜମି କିଣି ଲୋକମାନେ ଅସୁବିଧାରେ ପଡୁଛନ୍ତି। ରେକର୍ଡ଼ ଅଫ୍‌‌ ରାଇଟ୍ସ ପରିବର୍ତ୍ତନରେ ସମସ୍ୟା ଯୋଗୁଁ ଏଭଳି ଠକେଇ ବଢ଼ୁଛି। ଯଦିଓ ବର୍ତ୍ତମାନ ରେକର୍ଡ ଅଫ୍‌‌ ରାଇଟ୍ସ ପରିବର୍ତ୍ତନରେ ସମସ୍ୟା ହେଉନାହିଁ। କିନ୍ତୁ ପୂର୍ବରୁ କିଣାବିକା ହୋଇଥିଲେ ମଧ୍ୟ ରେକର୍ଡ ଅଫ୍‌‌ ରାଇଟ୍ସରେ ସଂଶୋଧନ ହୋଇନଥିବା ଜମିଗୁଡ଼ିକରେ ଏଭଳି ଠକେଇ କରାଯାଉଛି। ଅନ୍ୟପଟରେ ୩୦/୪୦ ବର୍ଷ ପୂର୍ବରୁ ଜମି କିଣିଥିବା ମାଲିକମାନେ ମ୍ୟୁଟେସନ କରୁନାହାନ୍ତି। ଫଳରେ ରେକର୍ଡ ଅଫ୍‌‌ ରାଇଟ୍ସ ଅପଡେଟ୍‌‌ ହୋଇ ପାରୁନାହିଁ। ଏହାର ଫାଇଦା ନେଇ ଜମି ଜାଲିଆତି କରି ସେହି ଜମିକୁ ପୁନଃ ବିକ୍ରି କରୁଛନ୍ତ। ଏପରିକି ଜମି ମାଲିକମାନେ ମଧ୍ୟ ପୂର୍ବରୁ ଥରେ ଜମି ବିକ୍ରି କରି ଆଉ ଥରେ ବିକ୍ରି କରିବାକୁ ପଛାଉ ନାହାନ୍ତି। ଦିବାକର ସାହୁ ଦାସପୁର ମୌଜାରେ ଥିବା ତାଙ୍କର ଏକ ଜମିକୁ ୧୯୮୨ ମସିହାରେ କାଞ୍ଚନମ ଆଲେକ୍ସଙ୍କୁ ବିକିବା ପରେ କାଞ୍ଚନମ ଆଲେକ୍ସ ୧୯୯୨ ମସିହାରେ ସେହି ପ୍ଳଟ୍‌‌କୁ ଶ୍ରୀମତୀ ସାବିତ୍ରୀ ଦେବୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ହେଲେ ରେକର୍ଡ ଅଫ୍‌‌ ରାଇଟ୍ସରେ ଉଭୟଙ୍କ ନାମ ସଂଶୋଧନ ହୋଇନପାରି ମୂଳ ଜମି ମାଲିକ ଦିବାକର ସାହୁଙ୍କ ନାମରେ ରହିଥିଲା। ଜମି ମାଲିକ ଦିବାକର ଏହାର ସୁଯୋଗ ନେଇ ହୃଦାନନ୍ଦ ସାହୁଙ୍କ ନାମରେ ଜେନେରାଲ ପାୱାର ଅଫ୍‌‌ ଆଟର୍ନି ପ୍ରସ୍ତୁତ କରିବା ସହିତ ଜମିକୁ ବିକ୍ରି କରିବା ପାଇଁ ଅଧିକାର ଦେଇଥିଲେ। ହୃଦାନନ୍ଦ ନିଜକୁ ସେହି ଜମିର ପାୱାର ଅଫ ଆଟର୍ନିର୍ ହୋଲ୍ଡର ଦର୍ଶାଇ ମୋଟ ୨୨ ଜଣଙ୍କୁ ଜମି ବିକ୍ରି କରି ଦେଇଥିଲେ। ସବ୍‌‌ ରେଜିଷ୍ଟ୍ରାର ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରଥମେ ଦିବାକର ଓ ପରବର୍ତ୍ତୀ ସମୟରେ ହୃଦାନନ୍ଦଙ୍କୁ ଗିରଫ କରିଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like