-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
(ପ୍ରେରଣା ଖବର ବ୍ୟୁରୋ) - କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ତଥା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ବେଦ୍ ପ୍ରକାଶ ଗୋୟଲଙ୍କ ଟୁଇଟରରେ ସ୍ଥାନ ପାଇଛି କୋରାପୁଟ ଜିଲ୍ଲାଜୟ ପୁର ମାଳିଗୁଡ଼ା ଟନେଲ୍ର ଦୃଶ୍ୟ । ମାଳିଗୁଡ଼ା ଟନେଲ୍ ଭିତରକୁ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଯାଉଥିବା ଫଟୋ ଅପଲୋଡ୍ କରାଯାଇଛି । ଯାହାକୁ ହଜାର ହଜାର ଲୋକ ପସନ୍ଦ କରିଥିବା କରି ରି-ଟୁଇଟ୍ କରିଛନ୍ତି । ନିଜ ନିଜ ମତ ପ୍ରକାଶକରିଛନ୍ତି!!*ରେଳମନ୍ତ୍ରୀଙ୍କ ଏହି ଟୁଇଟ୍କୁ ନେଇ କୋରାପୁଟ ଜିଲ୍ଲାରେ ବିଶେଷକରି ଯୁବ ବର୍ଗଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ରେଳ ମନ୍ତ୍ରୀଙ୍କ ଦୃଷ୍ଟି ପଡିଥିବାରୁ ଏହି ଟନେଲ୍ର ଭାଗ୍ୟ ଖୋଲିଯିବ ବୋଲି ଆଲୋଚନା ହେଉଛି । କୋରାପୁଟ ଜିଲ୍ଲାରେ ଅବହେଳିତ ପର୍ଯ୍ୟଟନର ବିକାଶ ହେବ ବୋଲି କେତେକ ଯୁକ୍ତି ବାଢିଛନ୍ତି । ଦେଖାଯାଉ ରେଳମନ୍ତ୍ରୀ କେବଳ ଟୁଇଟ୍ କରି ଲାଇକ୍, କମେଣ୍ଟ ଏବଂ ସେୟାର ସାଉଁଟୁଛନ୍ତି କିଏ ହାର ଉନ୍ନତି ଦିଗରେ କିଛି ପଦକ୍ଷେପ ନେଉଛନ୍ତି! ସୂଚନାଥାଉକି, ଜୟପୁରରୁ ୧୩ କିମି ପୂର୍ବ ଦିଗରେ ପଡେ ମାଳିଗୁଡ଼ା ଗାଁ । ପ୍ରକୃତି କୋଳରେ ଥିବା ଏହି ଛୋଟ ଗାଁଟି ବଣଭୋଜି ଲାଗି ପ୍ରକୃଷ୍ଟ ସ୍ଥାନ । ଗାଁ ପାଖରେ ବହିଯାଇଥିବା ଝରଣାରେ ବର୍ଷର ଅଧିକାଂଶ ସମୟରେ ଲୋକଙ୍କ ଗହଳି ଲାଗିଥାଏ । ମାଳିଗୁଡ଼ା ଗାଁ ଅନୁସାରେ ଷ୍ଟେସନର ନାମକରଣ କରାଯାଇଛି । ଜୟପୁରରୁ ଟ୍ରେନ୍ରେ କୋରାପୁଟ ଯିବା ବେଳେ ମାଳିଗୁଡା ଷ୍ଟେସନ ଛାଡୁ ଛାଡୁ ଆରମ୍ଭ ହୁଏ ଏହି ଟନେଲ୍ । ଟନେଲ୍ ସରୁସରୁ ଆରମ୍ଭ ହୁଏ ଝରଣା ଉପରେ ୨ଟି ପାହାଡ଼କୁ ସଂଯୋଗ କରୁଥିବା ରେଳ ବ୍ରିଜ୍ । କାଶ୍ମୀରକୁ ରେଳ ଯୋଗାଯୋଗ ଆରମ୍ଭ ପୂର୍ବରୁ ଏହା ଦେଶର ସବୁଠାରୁ ଉଚ୍ଚ ଟନେଲ ବ୍ରିଜ୍ର ମାନ୍ୟତା ପାଇଥିଲା । ମାଳିଗୁଡା ଟନେଲ୍ ଏବେ ଦେଶର ଚତୁର୍ଥ ଉଚ୍ଚା ଟନେଲ୍ ବ୍ରିଜ୍!!