-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଭୁବନେଶର, (ଶୁଭାଶିଶଷ ନାୟକ)- କରୋନା ଭାଇରସ: ବ୍ରିଟେନ ଫେରନ୍ତାଙ୍କ ପାଇଁ ବଢୁଛି ଚିନ୍ତା; ଫେରିଥିବା ୬୨ ଜଣ ନିଖୋଜ,ରାଜ୍ୟ ବାସୀ ଆତଙ୍କିତବନେଶ୍ୱର, ତା୨୯-୧୨:ବ୍ରିଟେନରୁ ଆସି ଥିବା ୧୮୧ ଜଣଙ୍କ ମଧ୍ୟରୁ ୬ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଷ୍ଟ୍ରେନକୁ ନେଇ ସମଗ୍ର ରାଜ୍ୟବାସୀ ଆତଙ୍କୀତ ଅଛନ୍ତି ।
ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛନ୍ତି ବ୍ରିଟେନ ଫେରାନ୍ତା । ଭୁଲ ତଥ୍ୟ ଦେଇ ସ୍ୱାସ୍ଥ୍ୟ ବିଭାଗକୁ ଚକମା ଦେଇଛନ୍ତି । ଯାହା ସେମାନଙ୍କୁ ଟ୍ରେସ କରିବାରେ ଏକ ବଡ ବାଧକ ସାଜୁଛି । ସେପଟେ ଏକ ବଡ ସଂଖ୍ୟାରେ ବ୍ରିଟେନ ଫରନ୍ତା ଏକ ପ୍ରକାର ନିଖୋଜ ଥିବାରୁ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟବାସୀ ଆତଙ୍କୀତ ହୋଇଛନ୍ତି । ସୋମବାର ରଜ୍ୟ ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର. ନିରଞ୍ଜନ ମିଶ୍ର କହିଛନ୍ତି ଯେ, ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୧୮୧ ଜଣେ ବ୍ରିଟେନ ରୁ ଓଡିଶା ଆସିଛନ୍ତି। ସେମାନଙ୍କ ଭିତରୁ ୬୨ ଜଣଙ୍କୁ ଟ୍ରେସ କରାଯାଇ ପାରିନାହିଁ । ଏହି ବିଦେଶୀ ଫେରନ୍ତାମାନେ ଭୁଲ ମୋବାଇଲ ନମ୍ବର ଓ ଠିକଣା ଦେଇଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଟ୍ରେସିଂ କରିବାରେ ଅସୁବିଧା ହେଉଛି।
କିନ୍ତୁ ଆଶ୍ୱସ୍ତିକର ଖବର ହେଲା, ଟ୍ରେସିଂ ହୋଇ ପାରୁନଥିବା ପ୍ରାୟ ସମସ୍ତଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ସରିଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ତଥାପି ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଖୋଜିବାର ପ୍ରକ୍ରିୟା ଚାଲିଛି। ବ୍ରିଟେନରୁ ଆସି ଥିବା ୧୮୧ ଜଣଙ୍କ ମଧ୍ୟରୁ ୬ ଜଣ କୋରୋନା ପଜିଟିଭ୍ ବାହାରିଛନ୍ତି ବୋଲି ଡାକ୍ତର ମିଶ୍ର କହିଛନ୍ତି। ତେବେ ଏତେ ସଂଖ୍ୟକ ଲୋକ କେମିତି ସରକାରଙ୍କ ଆଖିରେ ଧୂଳିଦେଇ ନିଖୋଜ ହେଲେ? ଯଦି ବ୍ରିଟେନରୁ ବିମାନ ଯୋଗେ ଆସିଥିଲେ, ତେବେ କାହାର ଅବହେଳା ଯୋଗୁଁ ଏପରି ହେଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ନିଖୋଜ ବ୍ୟକ୍ତିମାନେ କେଉଁ କେଉଁ ଅଞ୍ଚଳରେ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। ଯେଉଁଥିପାଇଁ ଏବେ ନୂଆ ଷ୍ଟ୍ରେନକୁ ନେଇ ସମଗ୍ର ରାଜ୍ୟବାସୀ ଆତଙ୍କୀତ ଅଛନ୍ତି।
ତେବେ ଏତେ ସଂଖ୍ୟକ ଲୋକ କେମିତି ସରକାରଙ୍କ ଆଖିରେ ଧୂଳିଦେଇ ନିଖୋଜ ହେଲେ? ଯଦି ବ୍ରିଟେନରୁ ବିମାନ ଯୋଗେ ଆସିଥିଲେ, ତେବେ କାହାର ଅବହେଳା ଯୋଗୁଁ ଏପରି ହେଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ନିଖୋଜ ବ୍ୟକ୍ତିମାନେ କେଉଁ କେଉଁ ଅଞ୍ଚଳରେ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। ଯେଉଁଥିପାଇଁ ଏବେ ନୂଆ ଷ୍ଟ୍ରେନକୁ ନେଇ ସମଗ୍ର ରାଜ୍ୟବାସୀ ଆତଙ୍କୀତ ।