-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ନୟାଗଡ଼, (ପ୍ରେରଣା ଖବର)- ନୟାଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ଗଣିଆଠାରେ ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହେଉଛି। କଂଗ୍ରେସ ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାସଙ୍କ ସଭାପତିତ୍ୱରେ ଗଣିଆ ଚୌବଙ୍ଗଛକ ଠାରୁ ଏକ ବାଇକି ରାଲି କରି ଗଣିଆ ବଜ଼ାରରେ ପହଁଚି ଗାନ୍ଧୀ ପୀଠରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ଗଣିଆ ବୁଢ଼ାବୁଡି ଠାକୁରଙ୍କ ପୀଠରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଚିତ୍ତରଞ୍ଜନ ମହାଳିକ କଯ୍ୟକ୍ରମରସଂଯୋଜନାରେ ଦଳୀୟ ପତାକା ଉତ୍ତୋଳନ ପରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।
ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀୟୁକ୍ତ ଦାଶ ଦେଶ ଗଠନ ଓ ରାଜ୍ୟର ବିକାଶରେ କଂଗ୍ରେସର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ କଂଗ୍ରେସ ପକ୍ଷରୁ ଓଡିଶାରେ ହୋଇଥିବା ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲକୋ, ହୀରାକୁଦ ବନ୍ଧ, ପାରାଦ୍ୱୀପ ବନ୍ଦର, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ଯୁବକଙ୍କୁ କର୍ମ ନିଯୁକ୍ତି ଦେବାରେ କଂଗ୍ରେସର ସ୍ୱର୍ଣ୍ଣିମ ଅତୀତ ରହିଥିବା ପ୍ରକାଶ କରିଥିଲେ। ଏହି ଅବସରରେ କର୍ମୀମାନେ ଦଳୀୟ ସଂଗୀତ ସହ ଜାତୀୟ ସଂଗୀତ ଗାନ କରି ଦଳକୁ ସଂଗଠିତ କରିବାକୁ ସଂକଳ୍ପ ନେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉଷରାଣୀ ପାଣି ,ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ ,କମାଲ ଚରଣ ସାହୁ,ରାଜୀବ ଲୋଚନ ମିଶ୍ର, ନାରାୟଣ ସାହୁ, ନିର୍ମଳ ଚନ୍ଦ୍ର ରଥ, ଲଡୁକେଶ୍ୱର ଷଡଙ୍ଗୀ, କାଶୀନାଥ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ପ୍ରଦେଶ ଯୁବ କଂଗ୍ରସ ଆଇନସେଲ ଅଧକ୍ଷ ଆଦିତ୍ୟ ପ୍ରସାଦ ପରିଡା ପ୍ରମୁଖ ରାଷ୍ଟ୍ର ନିର୍ମାଣରେ କଂଗ୍ରସର ସହଭାଗୀତା ଏବଂ ଭାରତ ବର୍ଷକୁ ବିଶ୍ଵଦରବାରରେ ବିକଶିତ ମଯ୍ୟାଦା ଦେଇ କଂଗ୍ରେସ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।