-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ବଲାଙ୍ଗିର, (ପ୍ରେରଣା ଖବର) : ଆଜି ବଲାଙ୍ଗିର ର ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ର ନିର୍ମାଣଧୀନ ହସପିଟାଲ କୁ ଯାଇ କାର୍ଯ୍ୟ ତଦାରଖ କରିବା ସହିତ ମେଡିକାଲ କଲେଜ ର ପରିଚାଳନା କେମିତି ଚାଲିଛି ତାକୁ ମେଡିକାଲ କଲେଜ ର ପ୍ରିନସିପାଲ ଓ ଭାଇସ ପ୍ରିନସିପାଲ ଙ୍କ ସହିତ ଆଲୋଚନା କରିଥିଲେ ।
ବଲାଙ୍ଗିର ଜିଲ୍ଲା ବାସୀଙ୍କ ସ୍ବପ୍ନ ର ଭୀମଭୋଇ ମେଡିକାଲ କଲେଜ ଅଞ୍ଚଳ ରେ ୬୫୦ ବେଡ୍ ବିଶିଷ୍ଟ ନୂତନ ହସପିଟାଲ ଯାହାକି ରାଜ୍ଯ ସରକାର ଙ୍କ ୧୬୫ କୋଟି ଟଙ୍କା ଅନୁଦାନ ରେ ବଲାଙ୍ଗିର ପୁର୍ତ୍ତ ବିଭାଗ ଅଧିନରେ ନିର୍ମାଣ ହେଉଥିବା ବେଳେ ଏହି କାର୍ଯ୍ୟ କୁ ଆଇରନ୍ ଟ୍ରାଙ୍ଗେଲ ସସ୍ଥା ନିର୍ମାଣ କାର୍ଯ୍ୟ କରୁଛି । ଆଜି ବଲାଙ୍ଗିର ପୁର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାସ ଏବଂ ସସ୍ଥା ର ପ୍ରୋଜେକ୍ଟ ଇଞ୍ଜିନିୟର ଆଶିଷ କର ଙ୍କ ଉପସ୍ଥିତି ରେ ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ କାର୍ଯ୍ୟ ଅନୁଧ୍ଯାନ କରିଥିଲେ । ଏହାସହିତ ମେଡିକାଲ କଲେଜ କିପରି ଭାବରେ ପରିଚାଳିତ ହେଉଛି ଓ କି କି ସମସ୍ଯା ରହିଛି ତା ବିଷୟ ରେ କଲେଜର ପ୍ରିନସିପାଲ ସବିତା ମହାପାତ୍ର ଏବଂ ଭାଇସ ପ୍ରିନସିପାଲ ଙ୍କ ସହିତ ଅଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପୁର୍ତ୍ତ ବିଭାଗ ଓ କାର୍ଯ୍ୟକାରୀ ସସ୍ଥା ତରଫରୁ ଆଗାମୀ ୨୦୨୩ ସୁଦ୍ଧା କାର୍ଯ୍ୟ ସମାପ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।