-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ରାଜନୀତି

ଆନ୍ଧ୍ରରେ ଦାଦନଶ୍ରମିକଙ୍କୁ ହତ୍ୟା ଅଭିଯୋଗ : କୋଡିଏ ହଜାର ଦେଇ ଲୁଚିଲା ସର୍ଦ୍ଦାର ପୁଲିସ୍ , ପ୍ରଶାସନ ଓ ଶ୍ରମବିଭାଗ ନୀରବଦ୍ରଷ୍ଟା

28-Jun-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ବାରମ୍ବାର ରାଜ୍ୟ ବାହାରକୁ ଯାଇ ମୃତ୍ୟୁ ବା ହତ୍ୟାର ଶିକାର ହେଉଥିବା ବଲାଙ୍ଗୀର ଜିଲ୍ଲାର ଦାଦନଶ୍ରମିକଙ୍କ ଘଟଣା ଦାଦନଶ୍ରମିକ ଚାଲାଣ ରୋକିବାକୁ ନିର୍ବାଚନୀ ପ୍ରସଙ୍ଗ କରିଥିବା ବର୍ତ୍ତମାନର ଭାଜପା ସରକାର ଅମଳରେ ମଧ୍ୟ ଏହା ରୋକିପାରିନାହିଁ ।  ରୋକିବା ତ ଦୂରର କଥା , ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନସିଂଦେଓଙ୍କ ନିର୍ବାଚନ ମଣ୍ଡଳୀ ପାଟଣାଗଡ

ଥାନାନ୍ତର୍ଗତ ସାଲେପାଲି ପଞ୍ଚାୟତର ଆମପାଲି ଗ୍ରାମରେ ଜଣେ ଯୁବ ଦାଦନଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ପ୍ରକାଶ ପାଇଛି ।

ପ୍ରକାଶ ଯେ , କିଛିଦିନତଳେ ଏହି ଗ୍ରାମର ଡୋଲାମଣି ପୁଟେଲ ( ୨୬ ) ଜଣେ ଯୁବକଙ୍କୁ ଘରଲୋକଙ୍କ କହିବାମତେ ମାତ୍ର ୨ ହଜାର ଓ ସର୍ଦ୍ଦାରର ବାପାମାଆଙ୍କ କହିବାନୁସାରେ ୧୦ ହଜାର ଟଙ୍କା ଅଗ୍ରୀମ ଦେଇ ନିକଟସ୍ଥ କର୍ଲାମାଲ୍ ଗ୍ରାମର ସର୍ଦ୍ଦାର ଲିଙ୍ଗ ଷାଣ୍ଢ ଆନ୍ଧ୍ରପ୍ରଦେଶର ( ସମ୍ଭବତଃ ସାଂପ୍ରତିକ ତେଲେଙ୍ଗାନା ) ର ବଉଁଶବାଡାର ଇଟାଭାଟିରେ କାମ କରିବାକୁ ଆଖପାଖର ୪ଜଣ ଯୁବଦାଦନଶ୍ରମିକଙ୍କ ସମେତ ଚାଲାଣ କରିଥିଲା । ଏହି ସର୍ଦ୍ଦାରର ବାପ ମଧ୍ୟ ଜଣେ ସେକେଣ୍ଡ୍ ସର୍ଦ୍ଦାର ଓ ସେ ପୂର୍ବରୁ ବେଲପଡାର ବଡ ସର୍ଦ୍ଦାର ମଧୁ ସୁନା ପାଖରେ କାମ କରୁଥିବା ପ୍ରକାଶ କରିଛି ।

ତେବେ ପ୍ରାୟ ଆଠଦିନତଳେ ଲିଙ୍ଗ ସର୍ଦ୍ଦାର  ଡୋଲାମଣିର ଘରେ ' ତୁମ ପୁଅ ଆକ୍ସିଡେଣ୍ଟରେ ମରିଗଲା ବୋଲି କହିଥିବା ମୃତକର ବଡଭାଇ ପରମାନନ୍ଦ ପୁଟେଲ କହିଛନ୍ତି । ତେବେ ପହିଲେ ସେ ସେଠାରେ ବାଇକ୍ ଦୁର୍ଘଟଣା ଓ ପରେ ଟ୍ରକ୍ ପିଟିଦେଲା ବୋଲି କହିଥିବାରୁ ମୃତକର ଘରଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ଖବରକାଗଜରେ ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ଥାନୀୟ ପୁଲିସ୍ କୁ ପଚାରିବାରୁ ପାଟଣାଗଡ ଏସଡିପିଓ ସଦାନନ୍ଦ ପୁଜାରୀ ଏ ସମ୍ପର୍କରେ ପୁଲିସ୍ ପାଖରେ ଖବର ନଥିବା ଓ ଥାନାରେ ଅଭିଯୋଗ ହୋଇ ନଥିବା କହିଥିବା ପ୍ରକାଶ । ତେବେ ଆମର ଏକ ପ୍ରତିନିଧିଦଳ ଉକ୍ତ ଗ୍ରାମକୁ ଯାଇ  ପଚରାଉଚୁରା କରିବାରୁ  ମୃତଦାଦନଶ୍ରମିକଙ୍କ ବିଧବା ବୃଦ୍ଧା ମାଆ ମାଳତୀ ପୁଟେଲ କହିଛନ୍ତି ଯେ , ମୋ ମଲାପୁଅର ମୁହଁ ମଧ୍ୟ ଆମେ ଦେଖିପାରିଲୁ ନାହିଁ  ! ତେବେ ଶୁଦ୍ଧି କ୍ରିୟାକର୍ମ ପାଇଁ ଲିଙ୍ଗସର୍ଦ୍ଦାର ଉକ୍ତ ପରିବାରକୁ ୨୦ ହଜାର ଟଙ୍କା ଦେଇଥିବା ଓ ଆଉ ୬୦ ହଜାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।

ଅପରପକ୍ଷରେ କର୍ଲାମାଲ୍ ର ସର୍ଦ୍ଦାର ଲିଙ୍ଗ ଷାଣ୍ଢ ସାମ୍ବାଦିକଙ୍କୁ ଲୁଚୁଥିବାବେଳେ ତା'ର ବାପାମାଆଙ୍କ ସୂତ୍ରରୁ ପ୍ରକାଶ ଯେ , ସେଠାରୁ ଡୋଲାମଣି ଲୁଚି ପଳାଇ ଆସୁଥିବାବେଳେ ବାଇକ୍ ରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛି । ସେଠାରେ ସେଠିକାର ପୁଲିସ୍ ଶବର ପୋଷ୍ଟମର୍ଟମ୍ କରାଇ ଶବଦାହ କରିଦେଇଛି । ଏହିଘଟଣାପରେ ତାଙ୍କ ଘରକୁ ମିଡିଆବାଲାଙ୍କ ଭିଡ ଲମ୍ଵୁଥିବା ସେ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଗଣମାଧ୍ୟମରେ ପ୍ରକାଶ ପାଇ ଏ ସମ୍ପର୍କରେ ଏତେ ଚର୍ଚ୍ଚା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପଚରାଉଚୁରା ସତ୍ତ୍ୱେ ମାତ୍ର ୮/୧୦ କିମିର ସାଲେପାଲି- ଆମପାଲି ଗ୍ରାମର ଉକ୍ତ  ଦାଦନଶ୍ରମିକ ମୃତ୍ୟୁମାମଲାରେ ପୁଲିସ୍ ହାତବାନ୍ଧି ବସିବା , ଯଦି କିଛି ଦୋଷ ନାହିଁ , କାହିଁକି ୨୦ ହଜାର ଦେଇ ଆଉ ୬୦ ହଜାର ଦେବାକୁ ପ୍ରତିଶ୍ରୁତି ଦେବା ଓ ମୃତ ଦାଦନଶ୍ରମିକର ମୃତଦେହ ଗାଁ'କୁ ଅଣା ନଯାଇ ରାଜ୍ୟବାହାରେ ଦାହ କରିଦିଆଯିବାର ସରକାର ଅଦ୍ୟାବଧି କୌଣସି ତଦନ୍ତ କରିନାହାଁନ୍ତି କାହିଁକି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like