-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ବିନିକା(ହିମାଂଶୁ ଶେଖର ପୁଟେଲ): ଅର୍ଗସ ସାମ୍ବାଦିକା ଚିନମୟୀ ସାହୁ ଖବର ସଂଗ୍ରହ କରୁଥିବା ବେଳେ ପୂର୍ବତନ ବିଧାୟକ ରଗୁନନ୍ଦନ ଦାସ ତାଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କରିବା ଏବଂ ଧରିଥିବା କ୍ୟାମେରାକୁ ଭାଙ୍ଗି ଦେବାକୁ ଧମକ ଦେଇଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ବିନିକା ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ସଂଘର ସଭାପତି ସୃଜନ କୁମାର ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକ ହିମାଂଶୁ ଶେଖର ପୁଟେଲ, ଶାନ୍ତନୁ ପଣ୍ଡା, ଅଶୋକ ପଣ୍ଡା, ଦଧିବାମନ ନାୟକ, ମୁକେଶ ବଗର୍ତ୍ତୀ, ମିଥୁନ ବାରିକ ପ୍ରମୁଖ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।