-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ସମସ୍ତ ୩ଟି ବର୍ଗ କଟ୍-ଅଫ୍ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ । କଳାରେ ରେଭେନ୍ସା କଟ୍-ଅଫ୍ ୮୯.୬୭% (ଭୂଗୋଳ) । ବାଣିଜ୍ୟରେ ରେଭେନ୍ସା କଟ୍-ଅଫ୍ ୮୮.୬୦ ପ୍ରତିଶତ ।
ରେଭେନ୍ସାର ଫିଜିକ୍ସ କଟ୍-ଅଫ୍ ୯୧.୧୭%, ଜୁଲୋଜି ୯୩.୨୦% । ଇଣ୍ଟିଗ୍ରେଟେଡ ଲ'ରେ MS ଲ' ବିଶ୍ବବିଦ୍ୟାଳୟ କଟ୍-ଅଫ୍ ୮୧% । ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୨୬ରୁ ୨୯ ମଧ୍ୟରେ ରିପୋର୍ଟ କରିବେ ।ଶାସ୍ତ୍ରୀ ଷ୍ଟ୍ରୀମ୍ରେ ରାଧାମାଧବ ସଂସ୍କୃତ ଡିଗ୍ରୀ କଲେଜର କଟ୍ ଅଫ୍ ସର୍ବାଧିକ ୬୮.୫୭% ରହିଥିବା ବେଳେ ସେଲ୍ଫ ଫାଇନାସିଂ ଷ୍ଟ୍ରୀମ୍ରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂ ଶାସିତ କଲେଜର କଟ୍-ଅଫ୍ ୮୭.୪୦% (Bio-Technology) ରହିଛି । ଆଇନ ଷ୍ଟ୍ରୀମ୍ରେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟ୍ ଅଫ୍ ୮୧ % (୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏ, ଏଲ୍ଏଲ୍ବି) ରହିଛି । ମନୋନୀତ ଛାତ୍ରଛାତ୍ରୀମାନେ ନାମଲେଖା କାର୍ଯ୍ୟ ସମାପନ କରିବା ପାଇଁ ଆସନ୍ତା ୨୬ରୁ ୨୯ ମଧ୍ୟରେ ରିପୋର୍ଟ କରିବେ ।