-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ସଂସଦରେ ପ୍ରତିଟି ବିଷୟକୁ ଶାଣିତ କରିବ ବିଜେଡି। ଗୃହରେ ଉଠାଇବ ଓଡ଼ିଶା ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ। ସ୍ଵତନ୍ତ୍ର ରାଜ୍ଯ ପାହ୍ଯା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ଵର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ଦାବି କରିବ ବିଜେଡି। ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।
କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରସଙ୍ଗ ଉଠାଇବ ବିଜେଡି। ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି। ଆଭିମୁଖ୍ୟ କଠୋର କରିବ ଦଳ। ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ବିଜେଡି। ନବୀନ ନିବାସରେ ବସିଥିବା ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ ସାଂସଦ। ରେଳବାଇ ସଂଯୋଗୀକରଣ, ବ୍ଯାଙ୍କିଂ ସେବା ସାଙ୍ଗକୁ ୩୩% ମହିଳା ସଂରକ୍ଷଣ ନେଇ ମଧ୍ଯ ଦାବି ଉଠାଇବ ଦଳ। ଟେଲିକମ ବିକାଶ, ମହାନଦୀ, ଆବାସ ଯୋଜନା ପ୍ରସଙ୍ଗ ଉଠିବ। ଆଦିବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିକାଶ ପ୍ରସଙ୍ଗ ଉଠାଇବ ବୋଲି କହିଛି ବିଜେଡି।