-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
26-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଓ ଆକ୍ରମଣ ପଡ଼ିଲା ମହଙ୍ଗା।ତଦନ୍ତ ପାଇଁ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ। ଆଇପିସିର ଦଫା ୩୫୪,୩୨୩,୨୯୪,୫୦୬ରେ ରୁଜୁ ହୋଇଛି ମାମଲା...ବିଜେଡି ନେତାଙ୍କ ଗୁଣ୍ଡାରାଜକୁ ମହିଳା ସାମ୍ବାଦିକ ସଂଘର ଦୃଢ଼ ନିନ୍ଦା। ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ କାର୍ଯ୍ୟରତ ସାମ୍ବାଦିକ।
ପ୍ରଥମେ ଗୁଣ୍ଡାରାଜ, ପରେ ମିଛ । ମାମଲା ରୁଜୁ ପରେ ନିଜକୁ ବଞ୍ଚାଇବାକୁ ରଘୁନନ୍ଦନ ଅପଚେଷ୍ଟା କରିଛନ୍ତି। ପୋଲିସ ଆକ୍ସନରୁ ବଞ୍ଚିବାକୁ ରଘୁନନ୍ଦନ ମିଛ କାହାଣୀ ଶୁଣାଇଛନ୍ତି। ମହିଳା ସାମ୍ବାଦିକଙ୍କ ଉପରକୁ ଛାଡ଼ିଥିଲେ କୁକୁର। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ଗତକାଲି ଲାଇଭ୍ ସୋ’ରେ କୁକୁର ଛାଡ଼ିବା କଥା ସ୍ବୀକାର କରିଥିଲେ ରଘୁନନ୍ଦନ। ସୁରକ୍ଷାକର୍ମୀଙ୍କ ଅନୁମତି ନେଇ ହିଁ କ୍ବାର୍ଟର୍ସ ଭିତରକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି, କିନ୍ତୁ ରଘୁନନ୍ଦନ ଆଜି ମିଛ ବୟାନ ଦେଇଛନ୍ତି।