-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଦେଶ ବିଦେଶ

ଓସା ପକ୍ଷରୁ ‘ବିଶ୍ବ ଓଡ଼ିଆ ମହୋତ୍ସବ-୨୦୨୦’ ‘ବ୍ରାଣ୍ଡ ଓଡ଼ିଶାର ଶ୍ରେଷ୍ଠତ୍ବ ପାଇଁ ବିଶ୍ବବ୍ୟାପୀ ଓଡ଼ିଆ ଏକଜୁଟ୍‌ ହୁଅନ୍ତୁ’

28-Dec-2020



କାଲିଫର୍ଣ୍ଣିଆ/ଭୁବନେଶ୍ୱର (ପ୍ରେରଣା ଖବର) : ଓଡ଼ିଶା ସୋସାଇଟି ଅଫ ଆମେରିକାସ୍‌ (ଓସା) ପକ୍ଷରୁ ଦୁଇ ଦିନ ଧରି ଅନ୍‌ଲାଇନ୍‌ରେ ଚାଲିଥିବା ‘ବିଶ୍ବ ଓଡ଼ିଆ ମହୋତ୍ସବ ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଗତକାଲି ଓଡ଼ିଆ ‌ମ‌େହାତ୍ସବର ଉଦ୍‌ଘାଟନ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବ‌‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥି‌ଲେ ଯେ ପୃଥିବୀର କୋଣ ଅନୁକୋଣରେ ବସବାସ କରୁଥିଲେ ହେଁ ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ଓଡ଼ିଶା ସରକାରଙ୍କ ‘ମୋ ପରିବାର’ ସଂସ୍ଥା ବିଶ୍ୱବ୍ୟାପୀ ଓଡ଼ିଆମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ। ଓଡ଼ିଆମାନେ ଏକଜୁଟ୍‌ ହୋଇ ବ୍ରାଣ୍ଡ ଓଡ଼ିଶାର ଶ୍ରେଷ୍ଠତ୍ବକୁ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଗଜପତି ମହାରାଜା ଦିବ୍ୟସିଂହଦେବ ନୈତିକ ଓ ବୌଦ୍ଧିକ ଜ୍ଞାନୋଦୟ ଦ୍ୱାରା ମାନବ ସମାଜ ସିଦ୍ଧି ଓ ସମୃଦ୍ଧି ହାସଲ କରିପାରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ଏକ ସୁସ୍ଥ, ସଂଯତ ଓ ସଂପନ୍ନ ସମାଜ ନିର୍ମାଣ ପାଇଁ ଉଭୟ ବସ୍ତୁବାଦୀ ଓ ଆଧ୍ୟାତ୍ମିକ ଚିନ୍ତନ ବିକାଶ ହେବାର ଆବଶ୍ୟକତା ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଅର୍ଥନୀତିକୁ ମଜଭୁତ୍‌ କରିବା ପାଇଁ ସାମୂହିକ ପ୍ରଚେଷ୍ଟା ଲୋଡ଼ା। ବର୍ତ୍ତମାନ ଆଧୁନିକ ସମାଜରେ ଆମେ ବ୍ରାଣ୍ଡ ଓଡ଼ିଶା କଥା ଚିନ୍ତା କରୁଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ ଏବଂ ସେ ହିଁ ଓଡ଼ିଆ ଜାତିର ଅସ୍ମିତାର ପରିଚୟ। ଓଡ଼ିଶାର ମହନୀୟତା ଓ ମହାନତା ତଥା ସମଗ୍ର ବ୍ରାଣ୍ଡ ଓଡ଼ିଶାକୁ ସାରା ବିଶ୍ୱରେ ପରିଚିତ ଓ ପ୍ରମାଣିତ କରିବା ପାଇଁ ସମ୍ପ୍ରତି ଆମ ନିକଟରେ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ଏହାବ୍ୟତୀତ ୨୦୩୬ ମସିହାରେ ଓଡ଼ିଶା ଏକ ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଦୂରଦୃଷ୍ଟିସଂପନ୍ନ ଭବିଷ୍ୟତ ରାସ୍ତାର ରୂପରେଖ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି କେନିଆର ସାଂସଦ ଡ. ସ୍ୱରୂପ ମିଶ୍ର କେନିଆ ଓ ଓଡ଼ିଶା ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ବିଶେଷକରି ସ୍ୱାସ୍ଥ୍ୟ, କୃଷି,ଖଣି, ପର୍ଯ୍ୟଟନ, କ୍ରୀଡ଼ା, ଶିଳ୍ପ ଓ ବାଣିଜ୍ୟ ଆଦି କ୍ଷେତ୍ରରେ କେନିଆ ଓ ଓଡ଼ିଶା ମଧ୍ୟରେ ଘନିଷ୍ଠ ଯୋଗସୂତ୍ର ସ୍ଥାପନ ହୋଇ ପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରି ଶିକ୍ଷା, ସଂସ୍କୃତି ଓ କଳା କ୍ଷେତ୍ରରେ କୁଶଲତା ଓ ସୂକ୍ଷ୍ମ ବିଦ୍ୟା ମାଧ୍ୟମରେ ଉତ୍କୃଷ୍ଟତା ଲାଭ କରିପାରିଲେ ବ୍ରାଣ୍ଡ ଓଡ଼ିଶାର ଯଥାର୍ଥତା ଓ ସାର୍ଥକତା ଆନ୍ତର୍ଜାତିକସ୍ତରରେ ପ୍ରତିପାଦିତ ଓ ପ୍ରମାଣିତ ହୋଇପାରିବ ବୋଲି କହିଥିଲେ। ବିଶିଷ୍ଟ ଅତିଥି ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ବିଶ୍ୱଭରି ପ୍ରବାସୀ ଓଡ଼ିଆମାନଙ୍କର ଠିକଣା ଓ ଫୋନ ନମ୍ବରକୁ ନେଇ ଏକ ଡାଟା ଆଧାରିତ ଡିଜିଟାଲ ଡାଇରେକ୍ଟରି ପ୍ରସ୍ତୁତ କରିବା ପାଇଁ ମହୋତ୍ସବରେ ଅଂଶଗ୍ରହଣକାରୀ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ।ଆଇ.ସି.ଆର.ଆଇ.ଏସ.ଏ.ଟିର ଦେଶ ନିର୍ଦେଶକ ଅରବିନ୍ଦ ପାଢ଼ୀ ହୀନମନ୍ୟତା ଓ ନକାରାତ୍ମକ ଚିନ୍ତାଧାରାକୁ ଦୂରେଇ ଦେଇ ଜଣେ ଓଡ଼ିଆ ହିସାବରେ ଆମେ ନିଜକୁ ଗର୍ବ ଅନୁଭବ କରିବା ଦରକାର ବୋଲି କହିଥିଲେ। ବରିଷ୍ଠ ପ୍ରଶାସକ ବିଶାଳ ଦେବ ଓଡ଼ିଶାର ମହାନ କଳା, ସଂସ୍କୃତି ଏବଂ ପ୍ରାଚୁର୍ଯ୍ୟଭରା ପର୍ଯ୍ୟଟନକୁ ସମଗ୍ର ପୃଥିବୀରେ ପ୍ରଚାରପ୍ରସାର ଓ ଲୋକପ୍ରିୟ କରିବା ପାଇଁ କରୋନା ମହାମାରୀ ଭରପୂର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ତେଣୁ ଏହି ଅବସରକୁ ହାତଛଡ଼ା ନ କରିବାକୁ ପରାମର୍ଶ ଦେଇଥିଲେ।ଉଦ୍‌ଘାଟନୀ ଅଧିବେଶନରେ ସ୍ୱାଗତ ଭାଷଣ ଦେଇ ଓସାର ସଭାପତି କୁକୁ ଦାସ ଓଡ଼ିଶା ଓ ଓଡ଼ିଆଙ୍କୁ ଶ୍ରେଷ୍ଠ ଓ ସମୃଦ୍ଧ ପ୍ରମାଣିତ କରିବା ତଥା ବିଶ୍ୱସ୍ତରରେ ଆମର ମାତୃ ପ୍ରଦେଶକୁ ସମୁଚିତ ମାନ୍ୟତା ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ରାଜ୍ୟର ୩୦ଟିଯାକ ଜିଲ୍ଲାରେ ମୋ ଲାଇବ୍ରେରୀ ପ୍ରକଳ୍ପ ମାଧ୍ୟମରେ ଗୋଟିଏ ଇ-ଲାଇବ୍ରେରୀ ସ୍ଥାପନ କରିବା ପାଇଁ ଶ୍ରୀମତୀ ଦାସ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଶ୍ୱଜିତ ବଳିୟାରସିଂହ ସଂଯୋଜନା କରିଥିଲେ। ଓସାର ଉପସଭାପତି ଅନିଲ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କୋଷାଧ୍ୟକ୍ଷ ଉତ୍କଳ ନାୟକ ଲାଇଭଷ୍ଟ୍ରିମିଂର ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ. ଅରୁନ୍ଧତୀ ଦେବୀ, ଓସାର ସଂପାଦକ ବିବେକ ଦାସ, ଡ. ନଳିନୀ ପତି, ଅମୀୟ ମିଶ୍ର, କିଶୋର ଦ୍ବିବେଦୀ, ମନୋଜ ପାତ୍ର, ସୁମନ୍ତ ମାନସିଂହ, ଶିବରଞ୍ଜନ ବିଶ୍ୱାଳ, ପ୍ରୀତୀଶ ଦାଶ, ଡ. ସୁନନ୍ଦାମିଶ୍ର ପଣ୍ଡା, ସଂଜୀବ ପଣ୍ଡା, ଶାଶ୍ୱତ ପାଢ଼ୀ, ଗଜେନ୍ଦ୍ର ସାହୁ, ଡ. ଅନିତା ପଣ୍ଡା, ଆଦ୍ରିସ ବ୍ରହ୍ମଦତ୍ତ, ଗିରିଜା ଶଙ୍କର ପାଢ଼ୀ, କୁନା ଦାଶ, ନିହାର ସାମନ୍ତରା, ଖିରୋଦ ଜେନା, ଡ. ଉମାକାନ୍ତ ମିଶ୍ର, ପ୍ରଫେସର୍‌ ଚିତ୍ତ ବରାଳ, ସନ୍ତୋଷ ମିଶ୍ର, ଆଲୋକ ପଣ୍ଡା, ଅଜୟ ମହାନ୍ତି, ବିଜୟଶ୍ରୀ ସାମଲ, ଅକ୍ଷୟ ପାତ୍ର, ସଞ୍ଜୟ ଦାସ, ସୁସ୍ମିତା ରାଜହଂସ, ଡ. ଅରୁଣ ପ୍ରହରାଜ, ସୁକାନ୍ତ ସାହୁ, ସଂଜୀବ ମହାନ୍ତି, ସୁସ୍ମିତା ପଟ୍ଟନାୟକ, ଦେବର୍ଷି ମଲ୍ଲିକ, ଭଗବାନ ପଣ୍ଡା, ରମେଶ ବିଶ୍ୱାଳ, ସୁଦାମ ପ୍ରଧାନ, ଗୋବର୍ଧନ ଧଳ, ମୀନକେତନ ସାମଲ, ଉପେନ୍ଦ୍ର ପାଢ଼ୀ, ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ପ୍ରଶାନ୍ତ ଭୂୟାଁ, ପ୍ରଦୀପ ରଥ, ଦେବେନ୍ଦ୍ର ମାଝୀ, ଦେବେନ୍ଦ୍ର ରାଉତ, ଭି.ଭି.ପାତ୍ର, କମଳ ଚୌଧୁରୀ, ସିଦ୍ଧାର୍ଥ ଦାସ ଓ ଡ. ଶୀତଳ କୁମାର ପ୍ରମୁଖ ଅନ୍‌ଲାଇନ୍‌ ଜରିଆରେ ଯୋଗ ଦେଇଥିଲେ। ସେହିପରି ଉଦ୍‌ଯାପନୀ ଦିବସରେ ‘ସ୍ବାସ୍ଥ୍ୟ ଓ କଲ୍ୟାଣ’, ‘ମହିଳା ସଶକ୍ତୀକରଣ’ ‘ୟୁଥ୍‌ କନେକ୍ସନ’ ଆଦି ଶୀର୍ଷକ ୩ଟି ୱେବିନାର୍‌ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ପୂର୍ବତନ ବୈଷୟିକ ପରାମର୍ଶଦାତା ସାମ୍‌ ପିତ୍ରୋଡ଼ା, ଅଭିନେତା ସବ୍ୟ‌ସାଚ୍ଚୀ ମିଶ୍ର, ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ସାବରମତୀ, ଶରଣ୍ୟା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ପରେ କବିତା ପାଠ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସୂଚନାଯୋଗ୍ୟ, ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ (ଓସା) ପକ୍ଷରୁ ପ୍ରଥମଥର ପାଇଁ ‘ବିଶ୍ବ ଓଡ଼ିଆ ମହୋତ୍ସବ ୨୦୨୦’ ଆୟୋଜିତ ହୋଇଛି। ଏଥିରେ ବିଶ୍ୱର ୩୦ରୁ ଅଧିକ ଦେଶରେ ବାସ କରୁଥିବା ସହସ୍ରାଧିକ ପ୍ରବାସୀ ଓଡ଼ିଆ ଯୋଡ଼ି ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like