-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ପ୍ରେରଣା ଖବର ବ୍ୟୁରୋ) - ଠାବ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ବଢିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ଆସିଛି ଆଶ୍ୱସ୍ତର ସୂଚନା। ଏହି ଭୂତାଣୁକୁ ଅକ୍ସଫୋଡ୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ମୁକାବିଲା କରିପାରିବ। ଏଭଳି ସୂଚନା ଦେଇଛନ୍ତି ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ସନଡେ ଟାଇମ୍କୁ ସାକ୍ଷାତକାର ଦେଇ ସିଇଓ ପାସ୍କଲ ସୋରିଓଟ୍ ଏହି ସୂଚନା ଦେଇଛନ୍ତି। ସାଂଘାତିକ ଭାବେ ସଂକ୍ରମଣ କରୁଥିବା ଏହି ଷ୍ଟ୍ରେନ୍କୁ ତାଙ୍କର ଟିକା ପ୍ରତିହତ କରିବାକୁ ସକ୍ଷମ ବୋଲି ସେ ଦାବି କରିଛନ୍ତି।ଆସନ୍ତା ଗୁରୁବାର ସୁଦ୍ଧା ଇଂଲଣ୍ଡରେ ଏହି ଟିକାକୁ ଅନୁମତି ମିଳିବ ବୋଲି କମ୍ପାନୀ ଆଶା ରଖିଛି। ଅକ୍ସଫୋର୍ଡ ଟିକା ଶତ ପ୍ରତିଶତ ସୁରକ୍ଷା ପ୍ରଦାନ କରିବ ବୋଲି ଦାବି କରିଛନ୍ତି ସିଇଓ ସୋରିଓଟ୍। ଏହି ଟିକାକୁ ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୦୦ ମିଲିଅନ୍ ମାତ୍ରାର ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୭୦୦ ମିଲିଅନ୍ ଡୋଜ୍ର ଏହି ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।