-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଅପରାଧ

ପଶ୍ଚିମ ଓଡ଼ିଶାରେ ପୁରନ୍ଦର ମିଶ୍ରଙ୍କର ତୋଫାନୀ ପ୍ରଚାର

16-May-2024



ଭୁବନେଶ୍ୱର:  ରାୟପୁର ନଗର ଉତ୍ତରର ବିଧାୟକ ଏବଂ ଓଡ଼ିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସହପ୍ରଭାରୀ ପୁରନ୍ଦର ମିଶ୍ର ପଶ୍ଚିମ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ତୋଫାନୀ ପ୍ରଚାରରେ ଲାଗିଥିବା ଜଣାଯାଇଛି।ଶ୍ରୀ ମିଶ୍ର ସମ୍ବଲପୁରର ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠେମରା ଓ ଡୁଙ୍ଗୁରିପଡା ଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ ଏବଂ ବିଧାନସଭା  ପ୍ରାର୍ଥୀ ନାଉରି ନାୟକଙ୍କ ସପକ୍ଷରେ ବିପୁଳ ସଂଖ୍ୟାରେ ଭୋଟଦାନ କରିବାକୁ ନିବେଦନ କରିଥିଲେ। ବିଜୁ ଜନତା ଦଳର ସରକାର ଦୀର୍ଘ ୨୪ ବର୍ଷ କାଳ ଶାସନ କରିବା ପରେ ମଧ୍ୟ, ଏଠାକାର ଗ୍ରାମବାସୀମାନଙ୍କ ପାଇଁ ଶୌଚାଳୟ ନଥିବା ଏବଂ ସ୍ନାନ କରିବା ସକାଶେ ପାଣିର ଘୋର ସଙ୍କଟ ରହିଥିବା ବିଷୟ ଲୋକମାନେ ଅଭିଯୋଗ କରିଥିଲେ।ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ତୁରନ୍ତ ଗ୍ରାମବାସୀମାନଙ୍କର ଏହି ମୌଳିକ ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ଶ୍ରୀ ମିଶ୍ର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଓଡ଼ିଶା ପ୍ରାକୃତିକ ପ୍ରାଚୁର୍ୟ୍ଯରେ ଭରପୁର ହୋଇଥିଲେ ସୁଦ୍ଧା ଶାସକ ବିଜେଡି ସରକାର ଗରିବୀ ଓ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ କିଛି କରିନଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ରାଜ୍ୟର ଅସ୍ମିତା ବର୍ତ୍ତମାନ ବିପଦାପନ୍ନ ହୋଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ସରକାର କ୍ଷମତାକୁ ଆସିଲେ ଧାନ କ୍ୱିଣ୍ଟାଲ ପିଛା ୩୧୦୦/ଟଙ୍କା, ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଅଧୀନରେ ମାସକୁ ୩୦୦୦/- ଟଙ୍କା ଏବଂ ରାଜଧାନୀ ଭୁବନେଶ୍ୱରରୁ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳ ଗୁଡିକୁ ପ୍ରାୟ ୭୫ହଜାର କିଲୋମିଟର ଦୀର୍ଘ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ରାସ୍ତା ନିର୍ମାଣ କରି ସଂଯୋଗ କରାଯିବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।ଏହି ସଭାରେ ବିଜେପିର ବରିଷ୍ଠ ନେତ୍ରୀ ନିବେଦିତା ନାୟକ ମଧ୍ୟ ଉଦବୋଧନ ଦେଇଥିଲେ I 

ବରଗଡ଼ ଲୋକସଭା ଅନ୍ତର୍ଗତ ଭଟଲିଠାରେ ଏକ ବିଶାଳ

ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ଓଡ଼ିଶାରେ ଏବେ ପରିବର୍ତ୍ତନର ଲହରୀ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିବା ପ୍ରକାଶ କରିଥିଲେ। ନରେନ୍ଦ୍ର ମୋଦୀଙ୍କୁ ଦେଶର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ବନାଇବାକୁ ଓଡ଼ିଶାବାସୀ ଇଛୁକ ଥିବା ସେ ସୁଚାଇଥିଲେ।ବିଜେପିର ଘୋଷଣା ପତ୍ରକୁ ଲୋକମାନେ ବେଶ ପସନ୍ଦ କରୁଥିବା ଶ୍ରୀ ମିଶ୍ର ଜଣାଇଥିଲେ। ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଏହି ସଭାରେ ସାମିଲଥିବା ବିଧାନସଭା ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ ଜୟଯୁକ୍ତ କରିବାକୁ ପୁରନ୍ଦର ମିଶ୍ର ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସଭାରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ  ସାରଂଗଡ଼ର ପୂର୍ବତନ ବିଧାୟକ କେରାଭାଇ ମନହର, ମହାସମୁନ୍ଦର ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଛତର ସିଂହ ନାୟକ ଏବଂ ସରାଇପାଲିର କର୍ପୋରେଟର ସ୍ୱରଣ ସିଂହ ସାଲୁଜା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like