-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-May-2024
ବଲାଙ୍ଗିର(ଚିତ୍ରସେନ ବେହେରା): ଆଜି ସ୍ଥାନୀୟ ପାର୍କ ଲ୍ୟାଣ୍ଡ ହୋଟେଲ ଠାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଜେପି ନେତା ପିତାମ୍ବର ଖମାରିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବଲାଙ୍ଗିର ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ବଲାଙ୍ଗିର ବିଜେପି ଲୋକସଭା କ୍ଷେତ୍ର ସଂଯୋଜକ ଦୀନେଶ ଶର୍ମl, ବିଜେପି ମହିଳା ମୋର୍ଚ୍ଚା ର ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ଏଡଭୋକେଟ୍ ତଥା କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ସରୋଜ ପାଣିଗ୍ରାହୀ, ବିଜେପି ନେତ୍ରୀ ତଥା ରାଜ୍ଯ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଜ୍ଯୋତି ପାଣିଗ୍ରାହୀ, ଟିଭି ସିରିଏଲର ପ୍ରଖ୍ୟାତ୍ ଅଭିନେତା ଶୈଳେଶ ଲୋଧା, ଲକ୍ଷରାଜ ସିଂମେବାର, ନିବୃତ୍ତି ସିଂହଦେଓ, ପ୍ରମୂଖ ମଞ୍ଚାସୀନ ରହି ଜନମତକୁ ସୁଦୃଢ଼ କରିବା ଦିଗରେ ଶିକ୍ଷିତ
ସାମାଜ ଓ ବୁଦ୍ଧିଜୀବୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ l ଦୁର୍ନୀତିଗ୍ରସ୍ତ ବିଜେଡି ସରକାରରେ ଗଣତନ୍ତ୍ର ବୋଲି କିଛି ନାହିଁ l ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜଣେ ତାମିଲ ବ୍ଯକ୍ତି ଶାସନ କରୁଛନ୍ତି l ତେଣୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରିଥିଲେ l ତେଣୁ ମଞ୍ଚାସୀନ ଅତିଥି ମାନେ ଦୁଇଟି ଭୋଟ ଦେଶ ପାଇଁ ଦେବାକୁ ଅନୁରୋଧ କରିଥିଲେ l ଏହି ସମ୍ମିଳନୀରେ ସହରର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ବିଜେପି କର୍ମକର୍ତ୍ତା ଓ ସାମ୍ବାଦିକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l