-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଅପରାଧ

ନାବାଳିକାକୁ ଗର୍ଭବତୀ କରି ଶିକ୍ଷକ ଅଟକ; ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ଛାତ୍ରୀ ଉଦ୍ଧାର

23-Dec-2020



କଟକ, (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ) ଜଗତସିଂହପୁର କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଜଣେ ଟ୍ୟୁସନ୍‌ ଶିକ୍ଷକଙ୍କ ଅବୈଧ ସମ୍ପର୍କରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇ କନ୍ୟାସନ୍ତାନ ଜନ୍ମ ଦେବା ଘଟଣା ଉଦବେଗ ସୃଷ୍ଟି କରିଛି। ତେବେ ଛାତ୍ରୀ ଜଣକ ଲୋକ ଲଜ୍ଜାରୁ ନିସ୍ତାର ପାଇଁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେ ଆଜି ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଅଭିଯୋଗ ପାଇବା ପରେ କୁଜଙ୍ଗ ଥାନା ପୁଲିସ୍‌ ସଂପୃକ୍ତ ଟ୍ୟୁସନ୍‌ ଶିକ୍ଷକଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ଛାତ୍ରୀ ମାମୁ ଘରେ ରହି ଟ୍ୟୁସନ୍‌ ହେଉଥିଲେ। ଏହି ନବମ ଶ୍ରେଣୀର ଛାତ୍ରୀ ୯ମାସର ଗର୍ଭବତୀ ହୋଇଥିବାରୁ ପ୍ରସବକାଳୀନ ଯନ୍ତ୍ରଣାରେ ଛଟପଟ ହୋଇ ମେଡ଼ିକାଲକୁ ନଯାଇ ଜୀବନହାରିବା ପନ୍ଥା ବାଛି ନେଇଥିଲା। ତେବେ ନଈ ପାଖରେ କେତେକ ଯୁବକ ସନ୍ଦେହରେ ତାଙ୍କୁ ଅଟକାଇ ପଚରାଉଚୁରା କରିବା ସହ ଆମ୍ବୁଲାନ୍ସ ଡକାଇ ମେଡ଼ିକାଲକୁ ନେଇଥିଲେ। ସେଠାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିବା ବେଳେ ମା, ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

କୁଜଙ୍ଗ ଥାନା ଅଧିକାରୀ ପାରାଓ ଟୁଡୁ ଅଭିଯୁକ୍ତ ଟ୍ୟୁସନ୍‌ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛନ୍ତି। ଏପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଏତଲା ହୋଇନାହିଁ। ନାବାଳିକାଙ୍କ ବୟାନ ଆଧାରରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖାଯାଇଥିବା ପୁଲିସ୍‌ କହିଛି। ଆଜି ଅପରାହ୍ନରେ ଏହି ଛାତ୍ରୀଜଣକ ସାଇକେଲରେ ଜିଲ୍ଲାନାସୀ ପୋଲ ପାଖକୁ ଯାଇ ଜୟଶଙ୍ଖପୁର ଗ୍ରାମ ପାର୍ଶ୍ବ ମହାନଦୀକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ନଦୀରେ ମୂଳା ପରିବା ଧୋଉଥିବା ଛବି ବେହେରା, ରଞ୍ଜନ ବେହେରା ତାଙ୍କୁ ତୁରନ୍ତ ପାଣିରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପର ଗ୍ରାମରେ ଓ ସେ ମଙ୍ଗରାଜପୁର ସ୍ଥିତ ମାମୁ ଘରେ ରହି ପାଠ ପଢୁଥିଲେ ବୋଲି ଜଣା ପଡିଥିଲା। ତେବେ ସେହି ଗ୍ରାମର ଟ୍ୟୁସନ ଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପାଖରେ ସେ ଟ୍ୟୁସନ ହେଉଥିବାବେଳେ ସେ ତାଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବା କାରଣରୁ ସେ ଅନ୍ତସତ୍ବା ହୋଇଥିବା ସ୍ଥାନୀୟ ଲୋକଙ୍କ ସମେତ ପୁଲିସ ନିକଟରେ ପ୍ରକାଶ କରିଥିଲେ। ପରେ ଆମ୍ଭୁଲାନ୍ସରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହାର କିଛି ସମୟପରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଜଣକ ଉଚ୍ଚଶିକ୍ଷିତ ଓ ବିବାହିତ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିଛି ବର୍ଷ ତଳେ ତାଙ୍କ ପତ୍ନୀଙ୍କର ମାନସିକ ବିକୃତି ହେବାରୁ ସେ କେଉଁଆଡେ ଚାଲି ଯାଇଛନ୍ତି। ଖବର ପାଇ କୁଜଙ୍ଗ ମହିଳା ଓ ଶିଶୁ ବିକାଶ ଅଧିକାରୀ ତନୁପ୍ରଭା ବେଉରା ମେଡ଼ିକାଲରେ ପହଞ୍ଚି ନାବାଳିକା ଓ ନବଜାତ ଶିଶୁଙ୍କୁ ଶୀତବସ୍ତ୍ର, ଶିଶୁ ଖାଦ୍ୟ ଓ ଆନୁସଙ୍ଗିକ ସାମଗ୍ରୀ ପ୍ରଦାନ କରିବା ସହିତ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନାବାଳିକା ଦଳିତ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ସାମାଜିକ ସୁରକ୍ଷା, ଉଚିତ କ୍ଷତିପୂରଣ ଓ ଅଭିଯୁକ୍ତ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like