-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ଭୁବନେଶ୍ବର (ପ୍ରେରଣା ଖବର) - ଝାରପଡା ଜେଲରେ ବିଚାରାଧୀନ କଏଦୀ ମୃତ୍ୟୁ । ହୋଟେଲ ସୋଲନ ଇନ୍ ମାଲିକ କମଳାକାନ୍ତ ଦାସ ମୃତ୍ୟୁ । ମୃତ୍ୟୁ କାରଣ ଅସ୍ପଷ୍ଟ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କମଳାକାନ୍ତଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ ।
ମୃତକଙ୍କ ପୁଅ କୌଶିକ ଦାସଙ୍କ ପ୍ରତିକ୍ରିୟା। ବାପାଙ୍କର ଏକାଧିକ ରୋଗ ରହିଥିଲା। ଲିଭର ଏବଂ କିଡନୀ ରୋଗରେ ପିଡିତ ଥିଲେ। ତଥାପି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ। ଜେଲ କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ମୋ ବାପାଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ସେ ମେଡିସିନ ଖାଇ ବଞ୍ଚୁଥିଲେ। ହେଲେ ଜେଲ ଯିବାପରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନାକରିଥିଲେ । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ପୁଅ।