-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
31-Jan-2024
ଭୁବନେଶ୍ୱର (ପ୍ରେରଣା ଖବର ) - ବିଦ୍ୟାଳୟ ପିଲାଙ୍କର , ପିଲାଙ୍କ ଦ୍ୱାରା, ପିଲାଙ୍କ ପାଇଁ ଉଦ୍ଦିଷ୍ଟ । ଭବିଷ୍ୟତ ନାଗରିକ ସୃଷ୍ଟି କାରିବାରେ ବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଯଥାର୍ଥରେ କୁହାଯାଇପାରେ ଯେ ଯଦି ବିଦ୍ୟାଳୟ ମନ୍ଦିର ହୁଏ , ସେହି ମନ୍ଦିରରେ ଛାତ୍ରଛାତ୍ରୀ ଦେବତା ଅଟନ୍ତି । ତେଣୁ ଛାତ୍ରଛାତ୍ରୀଙ୍କର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଅପରିହାର୍ଯୟ ଅଟେ । ଏହି ଉଦ୍ଦେଶ୍ୟକୁ ଲକ୍ଷ୍ୟକରି ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୂବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ମହାବିଦ୍ୟାଳୟ ପରିସରରେ ହୋଇଥିବା ଦ୍ୱିତୀୟ ଦିବସରେ ଜୁନିୟର ରେଡକ୍ରସ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ବିଦ୍ୟାଳୟ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଯାଇଛି ।
ତାଲିମଦାତା ଭାବରେ ମଷ୍ଟର ଟ୍ରେନର ଗୁଲସନ କୁମାର ଦାସବଯୋଗ ଦେଇଥିଲେ । ବିଦ୍ୟାଳୟ ସୁରକ୍ଷାର ସଂଜ୍ଞା, ବିଦ୍ୟାଳୟ ସୁରକ୍ଷା କମିଟୀ ଗଠନ, ବିପର୍ତ୍ତୀ, ବିପର୍ଯ୍ୟୟ,ଜୀବନ କୌଶଳ ଶିକ୍ଷା, ଭୂମିକମ୍ପ ସମୟରେ ନେତୃତ୍ୱ କାର୍ଯ୍ୟ, ୧୧୨ ନୁମ୍ବର ର ବ୍ୟବହାର ଓ ସ୍ଥାନାନ୍ତରୀଣ ଆଦି ବିଷୟକୁ ଡେମୋନୋଷ୍ଟେସନ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ର ଅବୈତନୀକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କର ତତ୍ୱାବଧାନ ଓ ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଓଡିଶା ରେଡକ୍ରସ ରାଜ୍ୟ ଶାଖାର କର୍ମଚାରୀ ଲୀଲା ପୂଣ୍ୟ ତିର୍ଥ ସ୍ୱାଇଁ, ରମାରାଣୀ ସେନାପତି, କୁବେର ଚନ୍ଦ୍ର ପାତ୍ର, ସୁରେନ୍ଦ୍ର ନାଥ ସାମଲ, ବିନୟ ନାୟକ, ପତିତପାବନ ତଥା ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।