-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
ନୂଆପଡ଼ା/ସିନାପାଲି(,ବିଶି ଚନ୍ଦନ ମାଝୀ):ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣ୍ଡିମୁଣ୍ଡା ଗୋଁଣ୍ଡ ସାଂସ୍କୃତିକ ସର୍କଲ ସମାଜ ପକ୍ଷରୁ ରାଣୀମୁଣ୍ଡା ନାଏକପଡ଼ା ତିନଟି ମାଦିଂ ସମାଜ ମିଳିତ ଆନୁକୁଲ୍ୟରେ ନାଏକପଡ଼ା ଠାରେ ସଚେତନତା ବାର୍ତ୍ତା ବୈଠକ ଅନୁଷ୍ଠିତ୍ ହୋଇଯାଇଛି l
ଉକ୍ତ ବୈଠକରେ ରାଣୀମୁଣ୍ଡା ଗୋଁଣ୍ଡ ସାଂସ୍କୃତିକ ସର୍କଲ ସମାଜ ର ସଭାପତି ଶ୍ରୀଯୁକ୍ତ ଗଣେଶ ରାମ ମରକାମ୍ ମହୋଦୟ ସଭାପତିତ୍ଵ ରେ ସଭା ଆୟୋଜନ ହୋଇଥିଲା l
ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ହୃଦାନନ୍ଦ ମର୍କାମ (ଅବସର ପ୍ରାପ୍ତ ତହସିଲ୍ ଦାର ସିନାପାଲି)
ଯୋଗ ଦେଇ ଥିବା ବେଳେ ଶ୍ରୀମତୀ ଅମ୍ବିକା ମର୍କାମ (ଗୋଁଣ୍ଡ
ସମାଜ ଉପ- ସଭାନେତ୍ରୀ ସିନାପାଲି ଓ ଗୋଁଣ୍ଡି ଧର୍ମ ପ୍ରଚାରକ)
ଶ୍ରୀମତି ରମ୍ବାକାନ୍ତି ସୋରୀ ବୈଜଲ ଗଡ଼ ଉଚ୍ଚ ବିଦ୍ୟାଳୟ ଶିକ୍ଷୟେତ୍ରି ଓ (ସିନାପାଲି ବ୍ଳକ୍ ଗୋଁଡ୍ ସମାଜ୍ ସଭା ନେତ୍ରୀ) ଯୋଗ ଦେଇ ଥିବା ବେଳେ
ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଜମନ ନେତାମ (ବୈଜେଷ୍ଠ ସମାଜ ସେବୀ
(ଉପଦେଷ୍ଠା)
ବିଶିଷ୍ଠ ଅତିଥି ଶ୍ରୀଯୁକ୍ତ ଜଇମନ୍ ନେତାମ (ବୈଜେଷ୍ଠ ସମାଜ ସେବୀ ଅବସର ପ୍ରାପ୍ତ ଶିକ୍ଷକ)
ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦୁର୍ବଳ ନେତାମ (ଆଦିବାସି କଲ୍ୟାଣ ସଙ୍ଘ୍ ସିନାପାଲି ସଭାପତି)
ଶ୍ରୀଯୁକ୍ତ ଶଙ୍କର ଲାଲ ନେତାମ (ପୂର୍ବତନ ଗୋଁଣ୍ଡ ସାଂସ୍କୃତିକ ସର୍କଲ ସମାଜ ସଭାପତି) ଶ୍ରୀଯୁକ୍ତ ହେଜ ରାମ ନେତାମ ପୂର୍ବତନ ସର୍କଲ ସମାଜ କୋଷାଦକ୍ଷ
ଶ୍ରୀଯୁକ୍ତ ତ୍ରିଲୋଚନ ମରକାମ (ଯୁବସମାଜସେବୀ ତଥା ସ୍ୱାସ୍ଥ୍ୟ କର୍ମୀ)
ଶ୍ରୀଯୁକ୍ତ ଲଛମନ୍ ସୋରି (ରାଣୀମୁଣ୍ଡା ଗୋଁଡ୍ ସର୍କଲ ସମାଜ ସଂପାଦକ) ସହ-ସଂପାଦକ ଶ୍ରୀଯୁକ୍ତ ବିଶି ଚନ୍ଦନ ନେତାମ
ଶ୍ରୀଯୁକ୍ତ ପୁସ୍ତମ ନେତାମ (ରାଣୀମୁଣ୍ଡା ଗୋଣ୍ଡ ସର୍କଲ ସମାଜ କୋଷାଧ୍ୟକ୍ଷ) ନାଏକପଡ଼ା ମାଦି ମୁଖିଆ ଲଖିଧର ନେତାମ, ତପେଶ୍ୱର୍ ନେତାମ, ପଣ୍ଡିତ ମର୍କାମ ଲମ୍ବୋଧର ମରକାମ ମାଦି ମୁଖିଆ (ବନ୍ଦ ପଡ଼ା) ଓ ଅଷ୍ଟ ବର୍ଗ ବୁଦ୍ଧି ଯିବି ଗୁଣୀ ଜ୍ଞାନୀ ବ୍ୟକ୍ତି ଯୁବ ସମାଜ ଓ ମା,ଭଉଣୀ ସମସ୍ତେ ଉପସ୍ଥିତ ଥିଲେ l
ଆଜି କାର ଏହି ସଚେତନତା କାର୍ଯ୍ୟକ୍ରମରେ "ରାଣୀମୁଣ୍ଡା ଗୋଁଣ୍ଡ ସାଂସ୍କୃତିକ ସର୍କଲ ସମାଜ" ଫେସବୁକ୍ ପେଜ ରେ ୨ଘଣ୍ଟା ସମୟ ଧରି ଲାଇଭ ପ୍ରସାରଣ କରି ସଚେତନତା ବାର୍ତ୍ତାର ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦିଆ ଯାଇଥିଲା
ଶ୍ରୀମତୀ ଅମ୍ବିକା ମରକାମ ଗୋଁଣ୍ଡି ଧର୍ମ ପ୍ରଚାରକ ସେ ଆମ ଆଦିବାସୀ ଗୋଁଣ୍ଡ ମାନଙ୍କ ଇତିହାସ ଚାଲିଚଲନି ସଂସ୍କୃତି ଓ ପରମ୍ପରା ରୀତି ନୀତି କେ ଭୁଲି ଯାଉଛୁ ପୁନାରୁଦ୍ଧାର କରିବା ପାଇଁ ଏ ସଂପର୍କରେ ଉପସ୍ଥିତ ମାତୃଶକ୍ତି ପିତୃଶକ୍ତି ବୁଦ୍ଧି ଯିବି ଗୁଣୀ ଜ୍ଞାନୀ ଯୁବସମାଜ ଙ୍କୁ ଗୋଁଣ୍ଡି ଧର୍ମ ଉପରେ ସୁନ୍ଦର ଭାବେ ଆଲୋଚନା କରି ବୁଝାଇଥିଲେ
(ଗୋଁଡ ସାଂସ୍କୃତିକ ସମାଜ ସର୍କଲ ରାଣୀମୁଣ୍ଡା ସଚେତନତା ବାର୍ତ୍ତା)
ଆଜିର ବିଷୟ ବସ୍ତୁ:ଶିକ୍ଷା, ନିଶା ନିବାରଣ, ସମାଜ ସସକ୍ତ, ସମାଜରେ ଗୋଠୁଲ୍ ଶିକ୍ଷା ବ୍ୟବସ୍ଥା, ଆଗାମୀ ପିଢ଼ିକୁ ଶିକ୍ଷାର ସାଂସ୍କୃତିକ ଓ ରୋଜଗାର)
ଶିକ୍ଷା: ଶିକ୍ଷା ହେଉଛି ମଣିଷର ମେରୁଦଣ୍ଡ ତେଣୁ ଆମେ ସମସ୍ତେ ଆମ ପୁଅ ଝିଅକୁ ପ୍ରତିଦିନ ସ୍କୁଲ ପଠାଇ ତାଙ୍କର ଭବିଷ୍ୟ ଉଜ୍ଜଳ କରି ଓ ଆମ ଆଗାମୀ ଯୁବପିଢ଼ି ସମାଜ ସ୍ରୋତରେ ଭଲ ମଣିଷ ଗଢ଼ି ପାରିବା l
ନିଶା ନିବାରଣ : ମଦ ନିଶା ଦ୍ୱାରା ଆମର ମାନହାନି ହେଉଛି ଆମ ଗୋଁଡ୍ ସମାଜ ରୀତି ନୀତି ଅନୁସାରେ ସଂପୂର୍ଣ୍ଣ ମଦ ନିଶା କୁ ନିଷେଧ କରାଗଲା l ମଦ ପିଇବା ଦ୍ଵାରା ଦାରିଦ୍ର୍ୟ ହେବା ଏହା ନିରାଟ ସତ୍ୟ ଅଟେ, ତେଣୁ କରି ଆଗାମୀ ଯୁବପିଢ଼ି କୁ ନିଶାରୁ ମୁକ୍ତ କରିବା ପାଇଁ ଆମେ ସମସ୍ତେ ପ୍ରୟାସ କରି ପାରିବା l
ସମାଜ ସଶକ୍ତ: ପ୍ରତି ମାଦି ସମାଜରେ ପୁଅ, ଝିଅ ମାନେ ମାଟ୍ରିକ+2ବା ତର୍ଦୁଦ୍ଧ ଶିକ୍ଷାଦାନ କରି ଘରେଥିବା ସମୟରେ କିଛି ସମୟ ବାହାର କରି ଛାତ୍ର ଛାତ୍ରୀ ମାନଙ୍କୁ ୧/୨ଘଣ୍ଟା ସମୟ ଦେଇ ପାଠ ପଢ଼ାଇ ପାରିବା ଓ ଶିକ୍ଷା କୁ ଆଗେଇ ନେବା ବୋଲି ଆଲୋଚନା କରାଗଲା