-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
10-Aug-2026
କୁରସୁଡ (ମନୋଜ କୁମାର ଜୈନ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସଙ୍କୁଳ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ୯ଟି ଶିଶୁ ମନ୍ଦିରରୁ ୨୦୩ ଜଣ ଛାତ୍ରଛାତ୍ରୀ ମାନେ ବିଭିହ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଟିଟିଲାଗଡ ବ୍ଲକ ପ୍ରତିନିଧି, ସମାଜସେବୀ ତଥା ସଫଳ ବ୍ୟବସାୟୀ ମୁକେଶ କୁମାର ଜୈନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କୃତ ପ୍ରତିଯୋଗୀମାନଙ୍କ ପୁରସ୍କୃତ କରିଥିଲେ । ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଉତ୍ତମ ବିଦ୍ୟା ଅଧ୍ୟୟନ କରିବା ସହ ନିଜ ସଂସ୍କୃତିକୁ କିପରି ବଜାୟ ରଖାଯାଇପରିବ ସେ ନେଇ ବକ୍ତବ୍ଯ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସଂଯୋଜକ ଦାଶରଥି ଘିଭେଲା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁ ପ୍ରସାଦ ପୁଝାରୀ, ପରିଚାଳନା ସମିତିର ଉପ ସଭାପତି ଅଶୋକ ସାହୁ ଓ କୋଷାଧ୍ୟକ୍ଷ ରମେଶ ସାହୁ ଉପସ୍ଥିତ ରହିଥିଲେ।