-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ୟୁଜିସି ଦ୍ୱାରା ପରିଚାଳିତ ପରୀକ୍ଷାରେ ଡୁଙ୍ଗୁରିପାଲି ବ୍ଲକର ମାଝିମୁଣ୍ଡା ଗ୍ରାମର ଝିଅ ଶିବାନୀ ବସୁନ୍ଧରା ମିଶ୍ର୍ର ସଫଳତା ପାଇଛନ୍ତି । ବର୍ଷ ୨୦୨୩ ରେ ଅନୁଷ୍ଠିତ ପରୀକ୍ଷାରେ ସେ ଫଳତାତ ସହିତ ସେ ଏହିଥିରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଛୋଟ ଦିନରୁ ସେ ମେଧାବୀ ଛାତ୍ରୀ ଥିଲେ । ୨୦୧୮-୨୧ରେ ସ୍ନାତକରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ମନତତ୍ତ୍ୱ ବିଭାଗରେ ଟପ୍ପର ହୋଇଥିଲେ । ଏହି ଉପଲକ୍ଷେ ସେ ପାବ୍ରତୀ ଗିରି ପୁରସ୍କାର ପାଇଥିଲେ । ବରଗଡ ମହିଳା ମହାବିଦ୍ୟାଳୟରେ ସେ ଅଧ୍ୟୟନ କରୁଥିଲେ । ଏହା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟୟନ କରିଥିବା ବେଳେ ୨୦୨୩ରେ ନେଟ ପରୀକ୍ଷା ଦେଇଥିଲେ । ବେଷ୍ଟ ଗ୍ରାଜୁଏଟ ଏବଂ ପ୍ରଧାନମନ୍ତ୍ରୀ ଛାତ୍ର ବୃତ୍ତି ବାବଦକୁ ୫ହଜାର ଏବଂ ୨୦ହଜାର ବୃତ୍ତି ପାଇଥିଲେ । ମାଝିମୁଣ୍ଡା ଭଳି ଏକ ଉପାନ୍ତ ଗ୍ରାମାଞ୍ଚଳର ଜଣେ ଝିଅ ନେଟ ଭଲି ଏକ ସମ୍ମାନଜନକ ପରୀକ୍ଷାରେ ସଫଳତା ପାଇଥିବାରୁ ଡୁଙ୍ଗୁରିପାଲି ଅଂଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଅରବିନ୍ଦ ମିଶ୍ର ଏବଂ ସୁନେଳୀ ମିଶ୍ରଙ୍କ ଏକ ମାତ୍ର କନ୍ୟା ।