-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
17-Jun-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଙ୍କ ତତ୍ୱାବଧାନ ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଂଚାସୀନ ଅତୀଥି ଭାବେ ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଲକୃଷ୍ଣ ଧରୁଆ, ଲୋଇସିଂହା ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଲୋଇସିଂହା ଆନନ୍ଦ ସେଠ, ସହକାରୀ ଉଦ୍ୟାନ ଅଧିକାରୀ ଲୋଇସିଂହା ସମ୍ବିଧାନ ଭୁଏ, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଣମିତା ମଲ୍ଲିକ, ବ୍ଲକ କୃଷି ଅଧିକାରୀ ରୋହନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଆଜି ପ୍ରାକୃତିକ ଓ ପ୍ରଗ୍ରତିଶିଳ କୃଷି ଆଲୋଚନା ଓ କର୍ମଶାଳା ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ବିଭିନ୍ନ ସରକାରୀ ସ୍କିମ ଯାହାକି କ୍ଷେତ ବଚାଓ ଅଭିଯାନ, ପ୍ରକୃତିକ ଚାଷ ରେ ଉପକାରିତା, ମୃତିକା ସ୍ୱାସ୍ଥ୍ୟ କାର୍ଡ, ଚାଷୀ ପଞ୍ଜିକରଣ, ପେକ ହାଉସ, ଏମକେ ୟୁ ୱାଇ ପ୍ରଜେକ୍ଟ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କୁକୁଡ଼ା ଫାର୍ମ, ଆଳୁ ମିଶନ, ପାମ ତୈଳ, ପେକ ହାଉସ, ଓଇପିକ୍ରା, ଶୀତଳ ଭଣ୍ଡାର, ମାଛ ଯୋଜନା ରେ ନୂତନ ଜ୍ଞାନ କୌଶଳ ଆଦି ଯୋଜନା ବିଷୟରେ ତଥା କିପରି ଭାବେ ସମ୍ମନ୍ନିତ ସାରର ପରିଚାଳନା ଚାଷୀ ଭାଇମନେ କରିପାରିବେ ଏହି ଉପରେ ଆଲୋଚନା କରାଗଲା l ଅନ୍ୟ ମାନଙ୍କ ମଧ୍ୟରେ ଜିପିଡିଓ ସଞ୍ଜୟ କୁମାର ମାଝୀ ସମେତ ବ୍ଲକ ଷ୍ଟାଫ ସହଯୋଗ କରିଥିଲେ l