-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
18-Jun-2026
ତୁଷୁରା (ପଞ୍ଚାନନ ନାଏକ) ଇପିଏଫ ଟଙ୍କା ନ ମିଳିବାରୁ ଅଭିଯୋଗ ରେ ୧୫ ଦିନ ହେଲା ତୁଷୁରା ସହରର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ବୁଧବାର ସହରରେ ହାଇଡ୍ରାମା ଦେଖିବାକୁ ମିଳିଛି । ଗୁରୁବାର ଶୀତଳଷଷ୍ଠୀ ପାଇଁ ଯୁବ ଗୋଷ୍ଠୀ ସହର ରାସ୍ତା ସଫେଇ ପାଇଁ ସୋସିଆଲ ମିଡିଆରେ ଆହ୍ୱାନ କରିଥିଲେ। ଠିକ ଏହି ମୁତାବକ ଏନ୍ ଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲ ନିଜେ ସକାଲୁ ବେଲଚା ଧରି ମିଲନ ଛକ ରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଉପାଧ୍ୟକ୍ଷା ମାମୀ ଦାସ ସହ କାଉନସିଲର ମିଥୁନ ସାହୁ, ଗୋପାଳ ବାଗ, ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ମହାପାତ୍ର,ୟୁଥ୍ ଏକ୍ସନ କମିଟି ଅଲିଆ ଉଠାଇବା ଆରମ୍ଭ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ବାଗ ଯୁଦ୍ଧ । ସଫେଇ କର୍ମଚାରୀ ମାନେ ତିବ୍ର ବିରୋଧ କରିଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ଅଲିଆ ଉଠାକୁ ନେଇ ବିରୋଧ କରିଥିଲେ। ଏହା ସହ ଏନ୍ ଏସି ଅଧ୍ୟକ୍ଷ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସହରରେ ଶୀତଳଷଷ୍ଠୀ ଉତ୍ସବ ଥିବା ବେଳେ ଆମେ ସହରକୁ ସଫେଇ କରିବୁ ବୋଲି କହିଥିଲେ। ନଚେତ ତମେ ସଫା କର ବୋଲି କହିଥିଲେ। କିନ୍ତୁ ଏହା ପରେ ମଧ୍ଯ ସଫେଇ କର୍ମଚାରୀ ମାନେ ଆମର ଦାବି ପୂରଣ ନ ହେବା ଯାଏଁ ଆମେ ଅଲିଆ ଉଠାଇବୁ ନାଁହି କି ଉଠାଇଦେବୁ ନାଁହି ବୋଲି ହୋହଲ୍ଲା କରିଥିଲେ। ଅଲିଆ ଗଦା ଉପରେ ଛିଡା ହୋଇ ନାରାବାଜି କରିଥିଲେ। ପରେ ତୁଷୁରା ପୁଲିସ ପହଞ୍ଚି ବୁଝାସୁଝା ଆରମ୍ଭ କରିଥିଲେ। କିନ୍ତୁ ପୁଲିସ ଆଗରେ ବି ସଫେଇ କର୍ମଚାରୀ ନାରା ବାଜି କରିବା ସହ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ମହାପାତ୍ର କମ୍ପ୍ଲେକ୍ସରେ ଅଲିଆ ଉଠା ଆରମ୍ଭ ହୋଇଥିଲା। ସେଠାରେ ମଧ୍ୟ ସଫେଇ କର୍ମଚାରୀ ପହଂଚି ବିରୋଧ କରିବା ସହ ଅଲିଆ ବୁହା ଗାଡି ସମ୍ମୁଖରେ ଧାରଣା ବସି ନାରା ବାଜି କରିଥିଲେ । ଅନ୍ୟ ପଟେ ଯୁବ ଗୋଷ୍ଠୀ ଏହାକୁ ବିରୋଧ କରି ତୁଷୁରା-ବଲାଙ୍ଗୀର ମୁଖ୍ଯ ରାସ୍ତା ସ୍ଥିତ ଜଗନ୍ନାଥ ମନ୍ଦିର ପାଖରେ ଧାରଣା ଦେଇ ରାସ୍ତା ଅବରୋଧ କରିଥିଲେ । ପରେ ସେଠାରେ ମଧ୍ୟ ପୁଲିସ ବୁଝାସୁଝା କରି ଥିଲା କିନ୍ତୁ ଦୁଇ ଘଣ୍ଟା ଧରି ନାରାବାଜି ଜାରି ରହିଥିଲା। ପୁଲିସର ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିବା ସହ ସଫେଇ କର୍ମଚାରୀମାନେ ମଧ୍ୟ ଗାଡି ଛାଡି ଥିଲେ । ଯାହା ହେଉନା କାହିଁକି ସହରରେ ସମାଧାନ ପାଇଁ ଆଜି ପୁଲିସ ନାକେ ଦମ୍ ହୋଇଥିଲା।