-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
18-Jun-2026
(ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ଠାରେ ପିତୃ-ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଅଛି। ଏହି କ୍ୟାମ୍ପରେ ୭୫୬ ଜଣ ଶିଶୁ ଓ ମହିଳା ଉପସ୍ଥିତ ରହିଥିଲେ। ଶିଶୁ ମଙ୍ଗଳ କମିଟି, ସୁବର୍ଣ୍ଣପୁର ଦ୍ୱାରା ସମସ୍ତ ଶିଶୁ ଏବଂ ଅଭିଭାବକଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା।
ସମସ୍ତ ଶିଶୁଙ୍କ ତଥ୍ୟ ତର୍ଜମା ପରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପରିଚାଳନା କରିଥିବା ବେଳେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଲିନା ବାବୁ, ସଭ୍ୟା ରଞ୍ଜିତା ସାହୁ, ସଭ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର ବିଶି ଉପସ୍ଥିତ ରହି ଉପସ୍ଥାପନା କାର୍ଯ୍ୟ ତୁଲାଇଥିଲେ।ଏହି କ୍ୟାମ୍ପକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଗୌତମ ମହାପାତ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ମୃତ୍ୟୁଞ୍ଜୟ ସାହୁ, ସରିତା ସୁନା, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହଲା, ଚାଇଲ୍ଡ ହେଲ୍ପଲାଇନର ଧର୍ମେନ୍ଦ୍ର ଦାସ ଓ ଶିଶୁ ମଙ୍ଗଳ ସମିତିର ଏଡିଇଓ ଆକାଶ ରଣା ଶିବିରରେ ସହଯୋଗ କରିଥିଲେ।