-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
17-Jun-2026
ବଲାଙ୍ଗିର- ବଲାଙ୍ଗିର ସହରରେ ଅନୁଷ୍ଠିତ ହେଉଥିବା ଶିତଳ ଷଷ୍ଠୀ ଯାତ୍ରା ପାଇଁ ୯ ଗୋଟି ପୂଜା କମିଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନିର୍ଦ୍ଦେଶ କ୍ରମେ ସଂସ୍କୃତି ବିଭାଗ ଓଡିଶା ପତ୍ର ସଂଖ୍ୟା ୮୨୦୦, ତା.୧୭.୦୬.୨୦୨୬ ଅନୁଯାୟୀ ସମସ୍ତ ଶିତଳ ଷଷ୍ଠୀ ଯାତ୍ରା କମିଟି ଗାନ୍ଧୀନଗରପଡା, ସୁଦପଡା, ରାଧାରଣୀପଡା, ଏବିଏସ୍ଏସ୍
ରୋଡ, ବିବିଏସ୍ଏସ୍, ସାଗରପଡା, ପେଲେସଲାଇନ, କଂସାରିପଡା, ସ୍ୱାଧିନ ନଗର ଙ୍କୁ ୪ ଲକ୍ଷ ଲେଖାଏଁ ଅନୁଦାନ ରାଶି ଘୋଷଣା କରିଛନ୍ତି । ବଲାଙ୍ଗିର ରେ ଶିତଳ ଷଷ୍ଠୀ ମହୋତ୍ସବ ହେଉଛି ଏକ ପୁରୁଣା ପରଂପରା । ପ୍ରଭୁ ଶିବ ଏବଂ ପାର୍ବତିଙ୍କ ମହା ବିବାହୋତ୍ସବ ପାଳିତ ହୋଇଥାଏ । ଏ ଅବସରରେ କଳା ସଂସ୍କୃତି, ଆଧ୍ୟାତ୍ମିକ ଓ ଭାଇଚାରା ମହାମିଳନ ଦେଖିବାକୁ ମିଳିଥାଏ । ଏ ବର୍ଷ ସରକାରଙ୍କ ଅନୁଦାନ ଘୋଷଣାକୁ ବଲାଙ୍ଗିର ଜନସାଧାରଣ ତଥା ପୂଜା କମିଟି ଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି । ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଧନ୍ୟବାଦ ଜ୍ଞାପନ କରାଯାଇଛି ।