-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
21-Dec-2023
ସମ୍ବଲପୁର-( ସଂଜୀବପାଣିଗ୍ରାହୀ) : ରାଜଧାନୀ ଭୁବନେଶ୍ୱର ଠାରେ ସାମ୍ବାଦିକ ସରୋଜ ସାହୁ ଙ୍କୁ "ଦରଦୀ ବନ୍ଧୁ ସମ୍ମାନ" - ୨୦୨୩ ପ୍ରଦାନ କରାଯାଇଛି I ନିଖିଳ ଉତ୍କଳ ବାରିକ ସମିତିର ୮୮ ତମ ପ୍ରତିଷ୍ଠା ଦିବସ ସମାରୋହରେ ବାରିକ ସମାଜ ପକ୍ଷରୁ ସାମ୍ବାଦିକ ଶ୍ରୀ ସାହୁ ଙ୍କୁ ମାନପତ୍ର, ସୃତି ଫଳକ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ଏହି ସମ୍ମାନ ପ୍ରଦାନ କରାଯାଇଥିଲା I
ଦ ଇଂଷ୍ଟିଚୁସନ୍ ଅଫ୍ ଇଞ୍ଜିନିୟରର୍ସ (ଇଣ୍ଡିଆ) ଓଡିଶା ସେଣ୍ଟର, ସଚିବାଳୟ ମାର୍ଗ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ସମାରୋହରେ ରାଜ୍ୟ ସଭାପତି ହେମନ୍ତ ବାରିକ, ରାଜ୍ୟ ସାଧାରଣ ସମ୍ପାଦକ କମ୍ଭୁପାଣି ପରିଚ୍ଛା, ଉପ ସଭାପତି ହୀରାଲାଲ ବେହେରା, କୁଳମଣି ବାରିକ, ଭିମସେନ ବାରିକ, ସମ୍ପାଦକ ମାୟାଧର ବାରିକ, ଦୀପକ ଠାକୁର, କୋଷାଧକ୍ଷ ସୂର୍ଯ୍ୟ କାନ୍ତ ମହାପାତ୍ର, ରମାକାନ୍ତ ସୁବୁଦ୍ଧି ଙ୍କ ସମେତ ରାଜ୍ୟର ସମସ୍ତ ଜ଼ିଲ୍ଲା ରୁ ଶତାଧିକ ସଂଖ୍ୟାରେ ବାରିକ ସମାଜର ଭାଇ ଭଉଣୀ ସାମିଲ ହୋଇଥିଲେ I