-+91-9937148622 |
prerana_bgr@rediffmail.com |
Monday 6th April 2026 |
R.N.I. Regd No. ODIODI/2010/46693
Breaking News
16-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧିନସ୍ଥ ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୂପା ଜଙ୍ଗଲରେ ଶୁକ୍ରବାର ଦିନ ମାଓବାଦିଙ୍କ ଦ୍ୱାରା ବିଛା ଯାଇଥିବା ୩ଟି ଲେଣ୍ଡମାଇନକୁ ଉଦ୍ଧାର କରିବା ସହ ମାଓବାଦୀଙ୍କ ଉପରକୁ ପ୍ରବଳ ଗୁଳିଗୋଳ ବର୍ଷଣ କରିଥିଲେ ଏସ୍ ଓ ଜି ଟିମ l ଏଥିରେ ମାଓବାଦୀମାନେ ଏସଓଜି ଯବାନଙ୍କୁ ସମ୍ମୁଖୀନ କରିନପାରି ଛତ୍ରଭଙ୍ଗ ଦେଇଥିଲେ l ପରେ ଯବାନମାନେ ମାଓ ଶିବିରକୁ ଧ୍ବଂସ କରିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିବା ନେଇ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ସୂଚନା ପ୍ରକାରେ ଗତ ଗୁରୁବାର ଏସ୍ଓଜିର ଏକ ଟିମ ମନମୁଣ୍ଡା ଥାନାର ଶଗଡ଼l ଫାଣ୍ଡି ଅନ୍ତର୍ଗତ ନଳିକୂପା ଜଙ୍ଗଲରେ ସର୍ଚ ଅପରେସନ କରୁଥିଲେ । ଏହି ସର୍ଚ ଅପରେସନ ଚାଲିଥିବା ବେଳେ ହଠାତ
ମାଓବାଦୀମାନଙ୍କ ପକ୍ଷରୁ ଗୁଳି ମରାଯାଇଥିଲା l ମାଓବାଦି ଓ ଏସ୍ଓଜିଙ୍କ ମଧ୍ୟରେ ଗୁଳି ବିନିମୟ ହେବlପରେ କମ୍ବିଙ୍ଗ ଓ ସର୍ଚ୍ଚ ଅପରେସନ କୁ ବ୍ୟାପକ କରାଯାଇଛି l ମିଳିଥିବା ସୂଚନା ପ୍ରକାରେ କନ୍ଧମାଳ ଓ ବୌଦ୍ଧର ୧୨ ଟି SOG କମ୍ପାନୀର ପ୍ରାୟ ୩୦୦ ରୁ ଅଧିକ ଯବାନ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ମାଓବାଦୀ ଙ୍କ ଦ୍ୱାରା ଜଙ୍ଗଲ ରେ ବିଛାଇଥିବା ୩ଟି ଏଲ୍ ଇ ଡି ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଥିବା ବେଳେ ଅଧିକ ସଂଖ୍ୟାରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି l ବୌଦ୍ଧ, ବ୍ରହ୍ମପୁର ଓ କନ୍ଧମାଳର ତିନୋଟି ବୋମା ନିଷ୍କ୍ରିୟକାରୀ ଦଳ ଏଥିଲେ ସାମିଲ ହୋଇଥିବା ପ୍ରକାଶ । ନଳିକୂପା ଜଙ୍ଗଲରେ ୨୦ ରୁ ଉର୍ଦ୍ଧ ମାଓବାଦୀ ଥିବା ସୂଚନା ମିଳିଛି । କମ୍ବିଂ ଅପରେସନ ରେ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସପି ବୌଦ୍ଧ ଶ୍ରୀ ପ୍ରସାଦ ।