-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
09-Aug-2026
ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ସଦର ବ୍ଲକ ସାଦାଇପାଲି ଗ୍ରାମର ଲୀଳାନାଟକ କଳାକାର ଅବିନ୍ଦ୍ର ସେଠ(୭୬)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟାରେ ତାଙ୍କର ଏକମାତ୍ର ପୁତ୍ର କ୍ଷମା ସେଠ ଓ ଚାରି ଝିଅ ଉପସ୍ଥିତ ଥିଲେ। ସମାଜର ରୀତିନୀତି ଅନୁଯାୟୀ ଶବସଂସ୍କାର କରାଯାଇଥିଲା । ରାମଲୀଳାରେ ସେ ଦୀର୍ଘ ୪୨ବର୍ଷ ଧରି “ସୀତା”, ଲକ୍ଷ୍ମୀପୂରାଣ ନାଟକରେ “ମହାଲକ୍ଷ୍ମୀ” ଏବଂ ବିଭିନ୍ନ ଅପେରାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ। ସାଇଟ୍ ନର୍ସିଂ କଲେଜରେ ଦୀର୍ଘ ୨୦ବର୍ଷ ବଗିଚା କାମ କରି କିଛିବର୍ଷ ହେଲା ଅବସର ଗ୍ରହଣ କରିଥିଲେ । ତାଙ୍କର ବାଦ୍ଧକ୍ୟଜନିତ ମୃତ୍ୟୁରେ ସାଇଟ୍ କଲେଜର ପ୍ରତିଷ୍ଠାତା ସମାଜସେବୀ ଡ. ଶ୍ରୀକର ମିଶ୍ର, ଅଧ୍ୟକ୍ଷା ସ୍ନିଗ୍ଧାମୀନତି ଦାନୀ, ସମ୍ପାଦକ ନାରାୟଣ ପ୍ରସାଦ ମିଶ୍ର, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଗ୍ରାମବାସୀ ଶୋକପ୍ରକାଶ କରିଛନ୍ତି ।