-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
09-Aug-2026
ପୁଇଁତଲା, (ପ୍ରେରଣା ଖବର) ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମର ସେହି ଅମର ଗାଥା ଏବଂ ବୀର ଶହୀଦଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନର ଶୁଭାରମ୍ଭ ଦେଶର କୋଣ-ଅନୁକୋଣରେ ଏକ ଅଭୂତପୂର୍ବ ଗଣ-ଉତ୍ସାହ ସୃଷ୍ଟି କରିଛି l ଏହି କ୍ରମରେ ପୁଇଁତଲା ବ୍ଲକରେ ଆରମ୍ଭ ହୋଇଥିବା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ l ଏହି ଶୋଭାଯାତ୍ରା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଧରମ ସିଂ ମାନ୍ଧତା ଙ୍କ ସ୍ମୃତିପୀଠ ଐତିହ ଗ୍ରାମ ଆଟଗାଁରୁ ଆରମ୍ଭ ହୋଇଥିଲା l ଶହୀଦ ଧରମ ସିଂ ମାନ୍ଧତା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ବାଇକ ରେଲି ମହାଦେବପାଳି ଶିବମନ୍ଦିର ଛକ, ଦଶପୁର ହାଟପଦା, ତେଣ୍ଡିପାଲି, ଛତାପିପିଲ, କୁରେଭନା, ମେହେରମୁଣ୍ଡା, ରଣ୍ଡା, ସାତମାଇଲ ଛକ, ଅଙ୍କରିଆପଦର, ଜାମଗାଁରେ ଶେଷ ହୋଇଥିଲା l ଜାତୀୟ ପତାକାକୁ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତଙ୍କର ଦାୟୀତ୍ୱ l ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଏହି ଶୋଭାଯାତ୍ରର ମୂଳ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଡ଼. ମହାଳିଙ୍ଗ ଉଦବୋଧନ ଦେବାସହ ଆସନ୍ତୁ ସମସ୍ତେ ମିଶି ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ଓ ଅନୁଷ୍ଠାନରେ ଗୌରବମୟ ତ୍ରିରଙ୍ଗା ପତାକା ଉଡ଼ାଇ 'ହର ଘର ତ୍ରିରଙ୍ଗା' ଅଭିଯାନକୁ ଏକ ଐତିହାସିକ ଗଣ-ଉତ୍ସବରେ ପରିଣତ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ପୁଇଁତଲା ପ୍ରତିନିଧି ଅଜିତ ପଣ୍ଡା, ବ୍ଲକ ଯୁବ ସଭାପତି ସୁଜିତ କୁମାର ବେହେରା, ଯୁବନେତା କୈଳାସ ଗହୀର, ମଣ୍ଡଳ ସଭାପତି ଲକ୍ଷ୍ମଣ ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ l