-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||      *ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   (10-May-2026)       ||      ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||     

HOME   ଅପରାଧ

ଅନାହାର ମୃତ୍ୟୁର ଗାଁ ରେ ମନରେଗା ହଡ଼ପ, ଗାଁ ସାଥୀ ପାଲଟିଛି ମୂଳଖାଉ ମୂଷା, କାମ କରି ନଥିବା ଦାଦନ ଶ୍ରମିକଙ୍କ ନାଁ ରେ ଟଙ୍କା ଆତ୍ମସାତ୍: ଥାନାରେ ଏତଲାକୁ ଗଣ୍ଡଗୋଳ ଦର୍ଶାଇ ସମାଧାନ

28-Nov-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ବିଗତ ଦେଢ ଦଶନ୍ଧି ତଳେ ୨୦୦୯ ରେ ଗଣମାଧ୍ୟମର ଜାତୀୟ ଶିରୋନାମା ପାଲଟିଥିବା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ବୁରୋମାଲର ଚାବିରିପାଲି ଗାଁ'ର ଝିଙ୍ଗଟୁ ବରିହାର ପରିବାରର ୫ ପ୍ରାଣୀଙ୍କର ଅନାହାର ମୃତ୍ୟୁ ଅଭିଯୋଗ ଘଟଣାପରେ  ଏବେ ସେହି ଆଦିବାସୀ ଅଧ୍ୟୁଷିତ ଦାଦନପ୍ରବଣ ଗାଁ'ଟି ପୁଣିଥରେ ମନରେଗା ଯୋଜନାର ତୃଣମୂଳସ୍ତରରେ ଦାଦନଶ୍ରମିକଙ୍କ ନାଁ'ରେ ଗାଁ' ସାଥିଙ୍କ ଦ୍ଵାରା ଅର୍ଥହଡପ ଅଭିଯୋଗ ନିମନ୍ତେ ଚର୍ଚ୍ଚିତ ହୋଇପଡିଛି । 

ଗତ ୬ ତାରିଖରେ ଏହିଗ୍ରାମର କେତେକ ହିତାଧିକାରୀ ଆସି ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଚଳିତ ୨୦୨୨- ୨୦୨୩ ର ତାଙ୍କ ଭାନପୁର ପଞ୍ଚାୟତରେ କରାଯାଉଥିବା ମନରେଗା କାମରେ ଗ୍ରାମର ଜଣେ ମହିଳା ଗାଁ'ସାଥୀଙ୍କୁ ହଟାଇଦେଇ  ଗାଁ'ସାଥୀ, ଜିଆରଏସ, ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀମାନେ କାମ କରିନଥିବା ଦାଦନଶ୍ରମିକଙ୍କ ନାଁ'ରେ ଅର୍ଥ ବାଟମାରଣା କରିଆସୁଛନ୍ତି । ଏପରିକି ଅନୁପସ୍ଥିତ ଦାଦନଶ୍ରମିକ, କାମ କରି ନଥିବା ଗାଁ'ର ଶ୍ରମିକ ଓ ଅନ୍ୟାନ୍ୟ ଗ୍ରାମବାସୀଙ୍କ ନାଁ'ରେ ଆମ୍ବଚାରା ରୋପଣ ବା ଭିନ୍ନକଥା କହି  ଖାତାରେ ଟଙ୍କା ପକାଇ ୫୦୦/ ୧୦୦୦ଲେଖାଏଁ ଟଙ୍କା କମିଶନ ଧରାଇଦେଇ ସମସ୍ତେ ମିଳିମିଶି ଟଙ୍କା ଆତ୍ମସାତ୍ କରୁଛନ୍ତି । 

ସେମାନଙ୍କ ଠାରୁ ପ୍ରକାଶ ଯେ , ଏଭଳି ଅଭିଯୋଗ ଗ୍ରହଣ କଲାବେଳେ କୁଆଡେ ଉପଜିଲ୍ଲାପାଳ ଓଲଟି ସେମାନଙ୍କୁ ଧମକ ଦେଇଥିଲେ ଯେ , ତମେ ଦସ୍ତଖତ ଦେଇଛ ଯଦି , ତମକୁ ସବୁ ଟଙ୍କା ଭରିବାକୁ ପଡିବ । ' 

ତେବେ ଏହି ସମୟରେ ଭାଜପା ପକ୍ଷରୁ ଗତ ୨୨ ଓ ୨୩ ତାରିଖରେ ରାଜ୍ୟସରକାରଙ୍କ ଦୁର୍ନୀତିକୁ ବିରୋଧ କରି ଦଳୀୟ ରୁଟିନ୍ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକ୍ ଘେରାଉ ବେଳେ ପାଟଣାଗଡର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହାର ତଦନ୍ତ ଦାବି କରିଥିଲେ । ଏହାପରେ ଗତ ୨୩ ତାରିଖରେ ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ୍ ଏପିଓ ପ୍ରଶାନ୍ତ ସାହୁ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କଲାବେଳେ ଅଭିଯୋଗକାରୀ ଓ କେତେକ  ହିତାଧିକାରୀ ଦୁଇଗୋଷ୍ଠୀ ପଷରୁ ଗଣ୍ଡଗୋଳ ଘଟିବାରୁ ଣଫେରିଆସିଥିଲେ । ଏଣୁ ଏହି ଅଭିଯୋଗକୁ ଜିଲ୍ଲାସ୍ତରକୁ ଓ ଡିଆରଡିଏରୁ ଅମ୍ବୁସ୍ ପର୍ଶନ ବା ଉଚ୍ଚସ୍ତରୀୟ ତଦନ୍ତ ସକାଶେ  ପଠାଇଦିଆଯାଇଥିବା ଏପିଓ ପ୍ରକାଶ କରିଛନ୍ତି । ତେବେ ଗତ ୨୭ ତାରିଖରେ ଉକ୍ତ ଅଭିଯୋଗକାରୀଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏହି ଦୁର୍ନୀତିର ତଦନ୍ତ ଓ ଏଥିପାଇଁ ସେମାନଙ୍କୁ ଧମକଚମକ ଦିଆଯାଇଥିବା ସମ୍ପର୍କରେ ଏକ ଏତଲା ମଧ୍ୟ ଦିଆଯାଇଥିଲା । ଯାହାକୁ ପୁଲିସ୍ ଏହା ଗ୍ରାମର ଗୋଷ୍ଠୀବିବାଦ ଜନିତ ଗଣ୍ଡଗୋଳ ଦର୍ଶାଇ ଅଭିଯୁକ୍ତପକ୍ଷକୁ ଥାନାକୁ ଡକାଇ ସମାଧାନ କରିଦେଇ ଏ ସମ୍ପର୍କୀୟ ଦୁର୍ନୀତି ଅଭିଯୋଗର ବ୍ଲକ୍ ପକ୍ଷରୁ ତଦନ୍ତ କରାଯିବ ବୋଲି କହି ଫେରାଇ ଦିଆଯାଇଥିବା ପ୍ରକାଶ । 

ତେବେ ଅଭିଯୋଗରୁ ପ୍ରକାଶ ଯେ , ଗାଁ'ସାଥୀ ଓ ପଞ୍ଚାୟତର ଅନ୍ୟମାନେ ମିଶି ଗତବର୍ଷଠାରୁ ଅଦ୍ୟାବଧି ପ୍ରାୟ ଦଶଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏପରି କାମକରି ନଥିବା ଲୋକମାନଙ୍କ ନାଁ'ରେ ପକାଇ ଆତ୍ମସାତ୍ କରି ଆସୁଛନ୍ତି । ମୁଖ୍ୟତଃ ଟେଗର ଟ୍ରେଞ୍ଚ୍ ବା ନାଳା ଓ ସିସିବି ବା ବନ୍ଧଖୋଳାରେ ଏଭଳି ଜାଲିଆତି କରାଯାଇଥିବା ଅଭିଯୋଗ ହେଉଛି । ତେବେ ଏ ସମ୍ପର୍କରେ ଏହି ENMS ର ମଷ୍ଟରରୋଲ୍ ଇତ୍ୟାଦି ପରିଚାଳନାର ମନରେଗା ଦାୟିତ୍ୱରେ ଥିବା ଅଧିକାରୀ ଏପିଓ ବା ଅନ୍ୟ କର୍ମଚାରୀମାନେ କିପରି ଜାଣିପାରି ନାହାଁନ୍ତି ବା ଜାଣି ଜାଣି ସବୁ କାରସାଦୀ ଚାଲିଛି, ଏହାର ଅଧିକ ତଦନ୍ତ ଜରୁରୀ ବୋଲି ମତପ୍ରକାଶ ପାଇଛି । 

ଅନୁସନ୍ଧାନରୁ ଜଣାପଡିଛି ଯେ , ବ୍ଲକ୍ , ପଞ୍ଚାୟତ ବା ଅନ୍ୟାନ୍ୟ ବିଭାଗର ମନରେଗା କାମର ଗ୍ରାଉଣ୍ଡ୍ ଜିରୋ ସ୍ତରରେ ଆଗ ନାମମାତ୍ର କାମ କରାଯାଇ ପଛେ ଫାଇଲ୍ ଖୋଲାଯିବା ଏକ ପରମ୍ପରାରେ ପରିଣତ ହୋଇଛି । ଉକ୍ତ ପଞ୍ଚାୟତର ୨୦୨୨- ୨୩ ବର୍ଷର କାମରେ ମୋଟ ପ୍ରାୟ ୨୦ ଲକ୍ଷର କାମରେ ଅଦ୍ୟାବଧି ଦୁଇଟି ଫାଇଲ୍ ର ଚଳିତବର୍ଷରେ ପ୍ରାୟ ୭ ଲକ୍ଷ , ୮ ଲକ୍ଷ ଲେଖାଏଁର ଚାବିରିପାଲି ନାଳା, କରାଡୁଙ୍ଗୁରି, ଠୁଟିଭଟା ନାଳା ଓ ହନୁପାଲି ନାଳା ଇତ୍ୟାଦିର  କାମ ଚାଲିଛି । ଏହିସବୁ କାମରେ କାମ ନକରି ଟଙ୍କା ପଡିଥିବା ଓ ଖାତାଧାରୀ ହିତାଧିକାରୀ ଦାଦନଶ୍ରମିକଙ୍କୁ କମିଶନ ଦେଇ ମିଲିଭଗତରେ ଲକ୍ଷାଧିକଟଙ୍କା ଉପରିସ୍ଥ ଅଧିକାରୀଙ୍କ ଜାଣତରେ ବାଟମାରଣା କରାଯାଇଆସୁଛି । ଟେଗର ଟ୍ରେଞ୍ଚ୍ , ଟିସିବି, ମ୍ୟାଙ୍ଗୋ ପ୍ଲାଣ୍ଟେସନ୍ ବା ଷ୍ଟପ୍ ଡ୍ୟାମ୍ ଇତ୍ୟାଦି ସବୁକାମରେ ଏପିଓ ମଷ୍ଟରରୋଲ୍ ମଞ୍ଜୁର କରି ଜିଆରଏସକୁ ଦେଲାପରେ ଗାଁ ସାଥୀ ଶ୍ରମିକ ନିୟୋଜନ କରିବାର କାମ କରିଥା'ନ୍ତି । ତେଣୁ ଅଧୁନାତନ ଇ ଏନ ଏମ ଏସ୍ ବ୍ୟବସ୍ଥାରେ ଏପିଓ ସବୁ ଜାଣିବା ଜରୁରୀ । ତେଣୁ ଏଭଳି ଅଭିଯୋଗର ପୁଣି ତାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବା ଅନୁଚିତ ।

ଆହୁରି ମଧ୍ୟ ଜିଲ୍ଲାର  ୫ ଟି ଦାଦନପ୍ରବଣ ଇଣ୍ଟିଗ୍ରେଟେଡ ବ୍ଲକ୍ ମଧ୍ୟରେ ଖପ୍ରାଖୋଲ ରହିଛି । ଏସବୁ ବ୍ଲକ୍ ରେ ଶ୍ରମିକମାନଙ୍କର ଦୈନିକ ମଜୁରୀ ଦେଢଗୁଣ ଅଧିକ ଓ ଶ୍ରମଦିବସ ବି ୩୦୦ ଦିନ । ଏଣୁ ଏଭଳି ବ୍ଲକ୍ ର କିଛିବର୍ଷ ତଳର ବହୁଚର୍ଚ୍ଚିତ ଅନାହାର ମୃତ୍ୟୁର ଗାଁ'ରେ ପୁଣି ଏପରି ଏକ ସମ୍ବେଦନଶୀଳ ଅଭିଯୋଗର ଚର୍ଚ୍ଚା ସତ୍ତ୍ୱେ  ସେଠାକୁ ମାତ୍ର ପ୍ରାୟ ସାତ/ ଆଠ କିମି ଦୂରସ୍ଥ ଉକ୍ତ ଗ୍ରାମକୁ ନଯାଇ ହରିଶଙ୍କରରେ ବୈଠକକରି ପ୍ରସାଦସେବନ କରି ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ  ଫେରି ଯାଇଥିବା , ସେହି ବ୍ଲକ୍ କୁ ବାରମ୍ବାର ଓ  ଗତ ୨୪ ତାରିଖରେ  ବ୍ଲକ୍ ଓ ହରିଶଙ୍କରକୁ ଯାଇ ୫- ଟି କାମ ଅନୁଧ୍ୟାନ କରିଥିବା ଜିଲ୍ଲାପାଳ, ତାଙ୍କରି ଅମଳରେ ଝିଙ୍ଗଟୁ ବରିହାର ଅନାହାର ମୃତ୍ୟୁ ଘଟିଥିବା ତତ୍କାଳୀନ ବିଧାୟକ ଓ ଏବେ ବ୍ଲକ୍ ଘେରାଉ ବେଳେ ଏହି ଅଭିଯୋଗ ଉଠାଇଥିବା କନକବର୍ଦ୍ଧନ, ପାଟଣାଗଡ ବିଧାୟକ ସରୋଜ ମେହେର ବା ବିଡିଓ ଆକାଶ ସାହୁ କେହି ବି ଏତେ ସତ୍ତ୍ୱେ ଉକ୍ତ ଗାଁ'କୁ ଯାଇ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିନାହାଁନ୍ତି  ! 

ଏ ସମ୍ପର୍କରେ ସରପଞ୍ଚ ରୀନା ଜାଲ୍, ଗାଁ'ସାଥୀ ଖଗେଶ୍ବର ଜାଲ୍, ଇଓ ମୋହନ ବେହେରା ଓ ଅନ୍ୟାନ୍ୟ ଅଭିଯୁକ୍ତମାନେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ତେବେ ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ ଓ ଦାବି କରାଯାଇଥିବା ହିତାଧିକାରୀଙ୍କ ତାଲିକାର ଭିଜିଲାନ୍ସ ଯାଞ୍ଚର ଆବଶ୍ୟକତା ରହିଛି । 

ତେବେ କେବଳ ଖପ୍ରାଖୋଲ ବ୍ଲକ୍ ର ଏହି ଭାନପୁର ପଞ୍ଚାୟତର ଚାବିରିପାଲି ଗାଁ' ସାଥିଙ୍କ ବିରୋଧରେ କେବଳ ଏପରି ହେରଫେରର ଅଭିଯୋଗ ଆସିନାହିଁ , ଅନ୍ୟତମ ଇଣ୍ଟିଗ୍ରେଟେଡ ବ୍ଲକ୍ ମୁରିବାହାଲର ଏକ ପଞ୍ଚାୟତରେ ମଧ୍ୟ ଜଣେ ଗାଁ'ସାଥୀଙ୍କ ଦ୍ବାରା ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏଭଳି ଜାଲିଆତିରେ ପ୍ରତାରିତ କରାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚାର ବିଷୟ ହୋଇଛି । ଏଣୁ  ଏବେ ଦାଦନଚାଲାଣ ଋତୁରେ ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟତଃ ଦାଦନଚାଲାଣ ରୋକିବାକୁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଗାଣ ଆଇନ ଅନ୍ତର୍ଗତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏଭଳି ତୃଣମୂଳ ସ୍ତରର କୀଟଦ୍ରଂଷ୍ଟ ସଦୃଶ ଦୁର୍ନୀତିର  ସଂକ୍ରମଣ ସକାଶେ କିଏ କିଏ ଉତ୍ତରଦାୟୀ , ସରକାର ଏହାର ସମୀକ୍ଷା କରିବା ଓ ସେଇସବୁ ବିଷାକ୍ତ ରୋଗପୋକମାନଙ୍କୁ ମାରିଦେବା ଅତ୍ୟନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ   10-May-2026
  ଜିଲ୍ଲା  
ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ   10-May-2026
  ଜିଲ୍ଲା  
*ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   10-May-2026
  ଜିଲ୍ଲା  
*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   10-May-2026
  ଜିଲ୍ଲା  
*ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   10-May-2026
  ଜିଲ୍ଲା  
*ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   09-May-2026
  ଜିଲ୍ଲା  
ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   09-May-2026
  ଜିଲ୍ଲା  
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026

You Might Also Like