-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
27-Oct-2023
(ପ୍ରେରଣା ଖବର)
ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଚଳିତ ବର୍ଷର ଚିଠା ଭୋଟର ତାଲିକା ପ୍ରକାଶନ କରାଯାଇଛି l ଚିଠା ଭୋଟର ତାଲିକା ପ୍ରକାରେ ଜିଲାର ସମୁଦାୟ ୩ ଲକ୍ଷ ୨୬ ହଜାର 529 ଜଣ ଭୋଟର ରହିଛନ୍ତି l ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଛି । ସଭାରେ ଉପଜିଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ରବିନ୍ଦ୍ର ନାଥ କହଁର, ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା , ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ହେଲା 1 ଲକ୍ଷ 65 ହଜାର 033 , ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ 1 ଲକ୍ଷ 61 ହଜାର 496 ଜଣ ଭୋଟର ରହିଛନ୍ତି । ବୈଠକକୁ ସହକାରୀ ଜିଲାପାଳ ଶାଶ୍ୱତ ପ୍ରଧାନ ପରିଚାଳନା କରିଥିଲେ l ଚିଠା ଭୋଟର ତାଲିକା ନେଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଦାବି ଅଭିଯୋଗ ଗ୍ରହଣ କରାଯିବା ନେଇ ସୂଚନା ଦିଆଯାଇଛି l