-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଦିନ୍ ଉତ୍ସବ ଉପଲକ୍ଷେ ଆଲୋଚକାଚକ୍ର ‘ଜନସାଧାରଣ ନିଜସ୍ୱ ଏଜେଣ୍ଡା ପ୍ରସ୍ତୁତ କରନ୍ତୁ’

27-Oct-2023



ବଲାଙ୍ଗୀର(ପ୍ରେରଣା ଖବର )- ବଲାଙ୍ଗୀର ଦିନ୍ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଦିନ୍ ଉତ୍ସବ ଉପଲକ୍ଷେ ଶିକ୍ଷା, କୃଷି ଓ ଜଳସେଚନ ୨୦୪୦ ଶୀର୍ଷକ ଏକ ଆଲୋଚନାଚକ୍ର ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ଦିନ୍ ଆୟୋଜକ କମିଟି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀ, ମୁଖ୍ୟ ଆଲୋଚକ ଭାବେ ସମ୍ବଲପୁର ଆଇଆଇଏମ୍‌ର ପ୍ରଫେସର ସୁଜିତ କୁମାର ପୃଷେଠ୍‌, ଆଲୋଚକ ଭାବେ ଅବସରପ୍ରାପ୍ତ ଇଞ୍ଜିନିୟର ମଗନଲାଲ ଅଗ୍ରୱାଲ, ଟିଟିଲାଗଡ ଡିଏଭି କଲେଜର ଅଧ୍ୟାପକ ଜୟଦେବ କର ଏବଂ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ଯୋଗଦାନ କରିଥିଲେ । ପ୍ରାରମ୍ଭରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଆଲୋଚନାଚକ୍ରର ଶୁଭାରମ୍ଭ କରିଥିଲେ । ବଲାଙ୍ଗୀର ଦିନ୍ ଆୟୋଜକ କମିଟି ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଆଭିମୁଖ୍ୟ ଏବଂ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଆଲୋଚକ ପ୍ରଫେସର ପୃଷେଠ୍ ତାଙ୍କ ବକ୍ତବ୍ୟରେ ୨୦୪୦ ମସିହା ବେଳକୁ ବଲାଙ୍ଗୀରର ଜନସଂଖ୍ୟା ବୃଦ୍ଧି ସହ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ଏବେଠୁ ପ୍ରସ୍ତୁତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ୨୦୨୪ ନିର୍ବାଚନ ପାଇଁ କୌଣସି ଦଳୀୟ ପ୍ରାର୍ଥୀଙ୍କ ଏଜେଣ୍ଡାକୁ ଅପେକ୍ଷା ନକରି ବୁଦ୍ଧିଜୀବୀ, ଜନସାଧାରଣ ନିଜସ୍ୱ ଏଜେଣ୍ଡା ପ୍ରସ୍ତୁତ କରନ୍ତୁ ବୋଲି ସେ କହିଥିଲେ । ବଲାଙ୍ଗୀର ମ୍ୟୁନିସିପାଲିଟି କିଭଳି ୨୦୪୦ ମସିହାରେ ନିଜ ଲୋକଙ୍କୁ ସେବା ଯୋଗାଇବ ସେଦିଗରେ ଏବେଠୁ ଉଦ୍ୟମ ଏବଂ କାର୍ଯ୍ୟ ଆରମ୍ଭ ହେକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଆଲୋଚକ ଅଧ୍ୟାପକ କର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରର ଇତିହାସ କିଭଳି ସମୃଦ୍ଧ ଥିଲା ସେ ଉପରେ କହିଥିଲେ । ଆଗାମୀ ଦିନରେ ଶିକ୍ଷାର ସ୍ତର ଉନ୍ନତି ଦିଗରେ ଏକ ସମନ୍ୱିତ ଉଦ୍ୟମ ଉପରେ ସେ କହିଥିଲେ । ଅନ୍ୟତମ ଆଲୋଚକ ଇଂ ଅଗ୍ରୱାଲ ବଲାଙ୍ଗୀର ଜିଲାର କୃଷି ଏବଂ ଜଳସେଚନ ପାଇଁ କ’ଣ ଭିତ୍ତିଭୂମି ରହିଛି ସେ ଦିଗରେ କହିଥିଲେ । ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ କିଭଳି ବିଳମ୍ବ ହେଲା ଏବଂ ଆଗକୁ କିଭଳି କୃଷି ଏବଂ ଜଳସେଚନ କାର୍ଯ୍ୟ ତ୍ୱରାନ୍ୱିତ ହେବ କହିଥିଲେ । ଅନ୍ୟତମ ଆଲୋଚନ ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ଜିଲାର ୬ଟି ନଦୀ ଉପରେ ଛୋଟ ଆନିକଟ, ପାରମ୍ପରିକ ଜଳଉତ୍ସ, ବୈଷୟିକ ଜ୍ଞାନ କୌଶଳର ସଫଳ ବିନିଯୋଗ ଉପରେ କହିଥିଲେ । ଲୋୟର ସୁକ୍‌ତେଲ ପ୍ରକଳ୍ପର ବିଳମ୍ବ ଏବଂ ଜିଲାର ଅନ୍ୟ ଜଳସେଚନ ପ୍ରକଳ୍ପକୁ ଗୁରୁତ୍ୱ ନଦେବାରୁ କିଭଳି ଜିଲାର କୃଷି ଓ କୃଷକ ପ୍ରଭାବିତ ହୋଇଛନ୍ତି କହିଥିଲେ । ମୁଖ୍ୟଅତିଥି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ମ୍ୟୁନିସିପାଲିଟିର ଆଗାମୀ ଲକ୍ଷ୍ୟ ଏବଂ ପ୍ରସ୍ତୁତି ସମ୍ପର୍କରେ କହିଥିଲେ । ସଭାପତୀୟ ଅଭିଭାଷଣରେ ସଭାପତି ଅଧ୍ୟାପକ ଶ୍ରୀ କୁଅଁର ଜିଲାର ପାରମ୍ପରିକ ଜଳସେଚନ, କୃଷି ପଦ୍ଧତିକୁ ନ୍ୟୁନ୍ ମନେ

କରିବା ଏବଂ ସମସ୍ତଙ୍କୁ ନନେଇ ସମୃଦ୍ଧି ଚିନ୍ତା କରିବା କିଭଳି ବିପଜ୍ଜନକ କହିଥିଲେ । ଶେଷରେ କମିଟି ସଦସ୍ୟ ବିକାଶ ସା ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ବିକ୍ରମାନନ୍ଦ ବହିଦାର, ସାମ୍ବାଦିକ ମନରଞ୍ଜନ ଯୋଷୀ, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, କଂଗ୍ରେସ ନେତା ବିଧୁଭୂଷଣ ତ୍ରିପାଠୀ, ବୁଲୁ ଦାନୀ, ଅଙ୍କିତ ସାହୁ, ଭାଜପାର ରଞ୍ଜିତ ପାଣିଗ୍ରାହୀ, ରଶ୍ମି ପାତ୍ର, ବାସନ୍ତୀ ଆଚାର୍ଯ୍ୟ, ବିନୋଦ କାଲସାଏ, ପ୍ରତାପ ଚନ୍ଦ୍ର ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026

You Might Also Like