-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||     

HOME   ଜିଲ୍ଲା

ଚିଠା ଭୋଟର ତାଲିକା ପ୍ରକାଶିତ, ଏଥି ନିମନ୍ତେ ସର୍ବଦଳୀୟ ବୈଠକ

27-Oct-2023



ଟିଟିଲାଗଡ (ପ୍ରେରଣା ଖବର ): ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଚିଠା ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ତଥା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଶ୍ରୀ ଦୟାମୟ ପାଢୀ, ଉପଜିଲ୍ଲାପାଳ, ଟିଟିଲାଗଡ ତଥା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଦୟାମୟ ପାଢୀ, ଉପଜିଲ୍ଲାପାଳ ନିଜ ମନ୍ତବ୍ୟରେ କହିଥିଲେ ଯେ ୪ଟି

ଯୋଗ୍ୟତା ସୂଚକ ତାରିଖ ଯଥା – ଜାନୁଆରୀ ୧ ତାରିଖ, ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ବେଳକୁ ଯେଉଁ ନାଗରିକ ମାନଙ୍କ ବୟସ ୧୮ ବର୍ଷ ହୋଇଥିବ, ସେମାନେ ପରବର୍ତ୍ତୀ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜ ନାମ ପଞ୍ଜୀକରଣ କରିପାରିବେ । ୧୮ ରୁ ୧୯ ବର୍ଷ ହୋଇଥିବା ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପାଇଁ ପ୍ରତ୍ୟେକ ବୁଥରେ ଅଙ୍ଗନୱାଡି କର୍ମୀ କିମ୍ବା ଶିକ୍ଷକ ଜଣେ ଜଣେ ବୁଥସ୍ତରୀୟ ଅଧିକାରୀ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ କରିବା ସହ ଯତ୍ନବାନ ହେବେ, କୌଣସି ଯୋଗ୍ୟ ମତଦାତା ବାଦ ପଡିବେ ନାହିଁ, ଏଥି ନିମନ୍ତେ ସ୍ଵତନ୍ତ ଭାବେ ଦୃଷ୍ଟି ଦେବା, ସେଭଳି ଭାବେ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଯୋଗ୍ୟତା ପ୍ରମାଣିତ ତା୦୧.୧୦.୨୦୨୩ରିଖ ଅଟେ । ଭୋଟର ତାଲିକାରେ ଭିନ୍ନକ୍ଷମ ନୂତନ ଭୋଟରଙ୍କୁ ଅନ୍ତର୍ଭୁକ୍ତ, ସମସ୍ତ ଯୋଗ୍ୟ ଯୁବ ଭୋଟରଙ୍କୁ ସାମିଲ କରିବା, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କୁ ବାଦ ଦେବାରେ ସହଯୋଗ କରିବା ପାଇଁ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଶ୍ରୀ ପାଢୀ ଅନୁରୋଧ କରିଥିଲେ । ସେହି ଭଳି ଭାବେ ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬, ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ), ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ, ସ୍ଥାନ ପରିବର୍ତ୍ତନ ନିମନ୍ତେ ଫର୍ମ-୮ ରେ ମତଦାତା ମାନେ ଆବେଦନ କରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ । ଏହା ବ୍ୟତୀତ ମୋବାଇଲ ବ୍ୟବହାର କରି ଭୋଟର ଆପ ଦ୍ଵାରା ସେମାନଙ୍କ ଭୋଟର ତାଲିକାରେ ନିଜ ସବିଶେଷ ବିବରଣୀ ଜାଣି ପାରିବେ ବୋଲି ଉପଜିଲ୍ଲାପାଳ ଦୟାମୟ ପାଢୀ ଜଣାଇଥିଲେ । ସେହିପରି ଭାବେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ-୬୯ରେ ଭୋଟର ତାଲିକାରେ ମତଦାତାଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୨,୪୬,୩୬୭ଜଣ, ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୨୫,୯୬୩ ଜଣ, ମହିଳା ୧,୨୦,୩୧୫ ଜଣ, ତୃତୀୟ ଲିଙ୍ଗୀ ୮୯ ଜଣ, ବିକଳାଙ୍ଗ ୪୮୯୯ଜଣ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ-୭୦ ରେ ଭୋଟରଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୨,୬୭,୧୮୦ ଜଣ, ସେମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୩୫,୯୬୩ ଜଣ, ମହିଳା ୧,୩୧,୧୪୪ ଜଣ, ତୃତୀୟ ଲିଙ୍ଗୀ ୭୩ ଜଣ, ବିକଳାଙ୍ଗ ୩୯୮୦ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ । ଚିଠା ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପରେ ୫ ଜାନୁୟାରୀ’୨୦୨୪ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ । ଉକ୍ତ ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲିଖିତ ହେଲେ ୨୭ ଅକ୍ଟୋବର,୨୦୨୩ ରୁ ୯ ଡିସେମ୍ବର,୨୦୨୩ ମଧ୍ୟରେ ଭୋଟରମାନେ ସେମାନଙ୍କର ଆପତ୍ତି ଅଭିଯୋଗ ଉପଜିଲ୍ଲାପାଳ, ଟିଟିଲାଗଡ ତଥା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଗୋଚରରେ ଆଣି ସେହି ସମସ୍ୟାର ସମାଧାନ ଯଥା ଶୀଘ୍ର ସମ୍ପାଦନ କରିବାକୁ ଏବଂ ୧୮ ରୁ ୧୯ ବର୍ଷର ଯୁବାଙ୍କୁ ସ୍ଵତନ୍ତ୍ର ଅଭିଯାନ ଦିବସ ଭାବେ ନଭେମ୍ବର ୦୫, ୧୧, ୧୯, ଓ ୨୫ ତାରିଖରେ ଯୋଗ୍ୟ ଭୋଟର ଭାବେ ସେମାନଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନିମନ୍ତେ ସମ୍ପୃକ୍ତ ବୁଥସ୍ତରୀୟ ଅଧିକାରୀମାନେ ସହଯୋଗ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନ ୭୦-କଣ୍ଟାବାଞ୍ଜି ଓ ୬୯-ଟିଟିଲାଗଡ ନିର୍ବାଚନୀ ମଣ୍ଡଳରେ ସମୁଦାୟ ୬୪୩ ଭୋଟ ଗ୍ରହଣ କେନ୍ଦ୍ର ଅଛି, କେବଳ ୬୯-ଟିଟିଲାଗଡ ନିର୍ବାଚନୀ ମଣ୍ଡଳୀର ବୁଥ ସଂଖ୍ୟା ୫୯ର ଡଙ୍ଗରପଡା, ବର୍ତ୍ତମାନ ତାହା ଖର୍ଲ୍ଲୀକାନିରେ ଏବଂ ୭୦- କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀର ସାଲେମୁଡଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଅଙ୍ଗନୱାଡି କେନ୍ଦ୍ରକୁ ବୁଥ ସଂଖ୍ୟା ୩୦୦ ଭାବେ ସ୍ଥାନାନ୍ତର କରାଯାଇଛି । ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ରାଜୀବ କୁମାର ପୃଷ୍ଟି, ମୁକେଶ ଜୈନ, ପ୍ରଶାନ୍ତ କୁମାର ଷଡଙ୍ଗୀ, ଆଲୋକ ନାୟକ, ଘେନୁ ଆଡଯୁଆଡ, ସୂରଥ ବେହେରା, ସୁବାସ ଆଡବୋୟ, ଗଜପତି କାଲସେ ଙ୍କ ସମେତ ଚନ୍ଦ୍ର ପ୍ରସାଦ ଦେହୁରି, ସହକାରୀ ଜିଲ୍ଲାପାଳ, ଟିଟିଲାଗଡ, ରାଜେନ୍ଦ୍ର କୁମାର ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଟିଟିଲାଗଡ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026

You Might Also Like