-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
23-Oct-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡ଼ାପାଲ ଠାରେ ମାହେଶ୍ୱରୀ ଦେବୀ ଙ୍କ ମହାଷ୍ଟମୀ ପୂଜା ଉପଲକ୍ଷେ ପ୍ରଥମ ରଜନୀରେ ରାବଣ ଦରବାର ଅନୁଷ୍ଠିତ ହୋଇଯାଇଛି l ବିଶ୍ୱବାସ ହୋତା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିରାମହରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସ କେତନ ବଘାର,ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ ,, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ , କିଶୋର ହୋତା ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇ କରି ବିଭିନ୍ନ ବକ୍ତବ୍ୟ ପ୍ରଦାନ ସହ ବର୍ତମାନ ସମାଜ ରେ ଲୋକ ବିଭିନ୍ନ ଇଲୋକ୍ଟ୍ରୋନିକ ଯନ୍ତ୍ର କୁ ଆପଣେଇ ଥିବା ବେଳେ କଳା କୁ ଜୀବନ୍ତ ଭୂମିକା ମାଧ୍ୟମରେ ଅଭିନୟ କରି ଭିଭିନ୍ନ ଶିକ୍ଷା ପ୍ରଦାନ କରୁଥିବା ପ୍ରକାଶ କରିଥିଲେ l ରାବଣ ଭୂମିକାରେ ପ୍ରଶାନ୍ତ ତ୍ରିପାଠୀ ଅଭିନୟ କରୁଥିବା ବେଳେ ସାଥି ସହଯୋଗ କରୁଛନ୍ତି l କାର୍ଯ୍ୟକ୍ରମ ପରିଚାଳନା ଗ୍ରାମର ଗଣେଶ ମିଶ୍ର, ଶେଷଦେବ ସାମଲ,ସନତ କୁମାର ହୋତା, ଅକୃର ନାଏକ ପ୍ରମୁଖ ସହଯୋଗ କରିଥିଲେ l