-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2023
ବଲାଙ୍ଗିର, ୨୩/୧୦( ) ଆଜି ସ୍ଥାନୀୟ ଲକି ମେରେଜ ମଣ୍ଡପ ଠାରେ ପୃଥ୍ୱୀରାଜ ହାଇସ୍କୁଲ ୧୯୬୬ ମେଟ୍ରିକ ବ୍ୟାଚ୍ର ଏକ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଥିଲା । ବ୍ୟାଚ୍ର ସଭାପତି ରାମଚନ୍ଦ୍ର ବିଶ୍ୱାଳ ବ୍ୟାଚ୍ର ସଦସ୍ୟ ମାନଙ୍କ ଦ୍ୱାରା ଗଠନ କରାଯାଇଥିବା କଲ୍ୟାଣ ପାଣ୍ଠି ‘ସ୍ମାରକୀ-୬୬’ର ୟୁନିୟନ ବ୍ୟାଙ୍କରେ ଗଛିତ ଜମାଖାତାର ସମ୍ୟକ ବିବରଣୀ କୁ ନେଇ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । କରୋନା ମହାମାରୀ ସମୟରେ କଲ୍ୟାଣ ପାଣ୍ଠିରୁ ଦିଆଯାଉଥିବା ପୃଥ୍ୱୀରାଜ ହାଇସ୍କୁଲର ମେଟ୍ରିକ କ୍ଲାସରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ପାଇଁ ଦିଆଯାଉଥିବା ମେଧା ବୃତି ବନ୍ଦ ହୋଇଯାଇଥିବାରୁ ତାକୁ ପୁଣି ଆରମ୍ଭ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଲୋଚନାରେ କାର୍ଯ୍ୟକାରୀ ସଂପାଦକ ପ୍ରମୋଦ ସାହୁ ମେଧାବୃତିରେ ଦିଆଯାଉଥିବା ଅର୍ଥ ରାଶି, ମାନପତ୍ର ଓ ଟ୍ରଫିକୁ ଡିପିଆର୍ଓ ଅଫିସ ଜରିଆରେ ଜାନୁୟାରୀ ୨୬ ଦିନ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ସର୍ବସମ୍ମତିରେ ମଂଜୁରୀ ଲାଭ କରିଥିଲା । ବ୍ୟାଙ୍କ ର ଆର୍ଥିକ କାରବାରକୁ ସଭାପତିଙ୍କ ସହ ଯୁଗ୍ମ ଭାବରେ ସଂପାଦକ ତୁଲାଇ ଆସୁଥିଲେ । ତେବେ ଉକ୍ତ ଟଙ୍କା ଉଠାଣ କାରବାର ତୁଲାଇବା ପାଇଁ ସଭାପତିଙ୍କ ସହ ବିମଳ କୁମାର ଚୋପଦାର ଓ ପଶ୍ଚିମ ବଗର୍ତିଙ୍କୁ ନିଯୁକ୍ତ କରାଗଲା । ତେବେ ନିର୍ବାଚିତ ୩ଜଣଙ୍କ ମଧ୍ୟରୁ ଯେକୌଣସି ୨ଜଣ ଯୁଗ୍ମ ଭାବରେ ଟଙ୍କା ଉଠାଣ କରିବାକୁ ସ୍ଥିରୀକୃତ ହୋଇଥିଲା । ଦୀର୍ଘ ୫୭ବର୍ଷ ଧରିୁ ଅବିଚ୍ଛିନ୍ନ ଭାବରେ ପ୍ରତିବର୍ଷ ପାଳିତ ହେଉଥିବା ଏହି ବନ୍ଧୁ ମିଳନକୁ ଆଗେଇ ନେବା ପାଇଁ ସର୍ବସମ୍ମତିରେ ସ୍ଥିରୀକୃତ ହୋଇଥିଲା । ଆଲୋଚନାରେ ସତ୍ୟ ନାରାୟଣ ମିଶ୍ର, ନୁରୁଲ ହୁସେନ୍, ମୁରାରୀ କେଡିଆ, ବୈକୁଣ୍ଠ ମିଶ୍ର, ବନମାଳୀ ଜେନା, ସୁବଳ ବରେଇ, ମନବୋଧ ମେହେର, ବାଳକ ନାଏକ, କୁଳମଣୀ ମିଶ୍ର, ସନ୍ତୋଷ ମିଶ୍ର, ଚୈତନ୍ୟ ନାଥ, ପୀତାମ୍ବର ଦର୍ଜି ଏବଂ ସୁରେଶ ନାଏକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସତ୍ୟ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।