-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2023
କଣ୍ଟାମାଳ: କଣ୍ଟାମାଳ ଥାନା ଦେଉଳ ଡୁଙ୍ଗୁରି ସ୍ଥିତ କଣ୍ଟାମାଳ ମେଡିକାଲ ଏଏନଏମ କ୍ୱାର୍ଟର ମଧ୍ୟରୁ ଆଜି ସକାଳୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l ସୂଚନା ଅନୁସାରେ କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ମହିଳା ସୁପରଭାଇଜର ଙ୍କ ସରକାରୀ ବାସ ଭବନରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମହିଳା ସୁପରଭାଇଜରଙ୍କ ପୁଅ ରମାକାନ୍ତ ସାହୁ ଙ୍କ ଦ୍ଵିତୀୟ ସ୍ତ୍ରୀ ସରିତା ରାଉତ (୨୮) ଏକ କୋଠରୀ ର ପଙ୍ଖାରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି | ଗତକାଲି ରମାକାନ୍ତ ଓ ସ୍ତ୍ରୀ ସରିତା ଖାଇସାରି ଶୋଇବାକୁ ଯାଇଥିଲେ | ସକାଳୁ ସରିତାଙ୍କ ମୃତଦେହ ଓଢନୀ ରେ ଝୁୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ | ମୃତଦେହ ଦେଖି ସଙ୍ଗେ ସଙ୍ଗେ କଣ୍ଟାମାଳ ପୋଲିସ କୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ୮/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି | ପ୍ରାଥମିକ ତଦନ୍ତରୁ ଏହା ଏକ ଘରୋଇ କଳହ ଜନିତ ଆତ୍ମହତ୍ୟା ମାମଲା ବୋଲି ପୋଲିସ୍ ସନ୍ଦେହ କରୁଛି |
(ଜୟ କୁମାର ମହାରଣା ଙ୍କ ରିପୋର୍ଟ )