-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ରାଜ୍ୟ

ଆଜି ମନେ ପଡନ୍ତି ଜନନାୟକ ନୀଳମଣି ରାଉତରାୟ

04-Oct-2020



ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ସକ୍ରିୟ ମଙ୍ଗୁଆଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଏବ˚ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚାଇବା ପାଇଁ ନିଷ୍ଠାପର ଉଦ୍ୟମ କରିଥିବା ରାଜନେତାଙ୍କ ମଧ୍ୟରେ ନୀଳମଣି ରାଉତରାୟ ଅନ୍ୟତମ। ଓଡ଼ିଶା ତଥା ଓଡ଼ିଆ ଜାତିର ସେବା ଥିଲା, ତାଙ୍କ ଜୀବନର ଏକମାତ୍ର ବ୍ରତ। ଆଲୋଚକ ଡ. ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଭାଷାରେ ନିର୍ଭୀକ ଛାତ୍ରନେତା ଓ ଅମାୟିକ ଜନନାୟକ ନୀଳମଣି ରାଉତରାୟ ଥିଲେ ଓଡ଼ିଶା ରାଜନୀତିର ଶେଷସ୍ତମ୍ଭ ଓ ଗାନ୍ଧୀବାଦୀ ଆଦର୍ଶର ଶେଷ ଦୀପଶିଖା। ସ୍କୁଲ୍‌ରେ ପଢ଼ିବା ବେଳୁ ସେ ଥିଲେ ନେତା। ଖଦଡ଼ ପିନ୍ଧା ଅଭ୍ୟାସ ସ୍କୁଲ୍‌ ବେଳୁ ଆରମ୍ଭ ହୋଇଥିଲା। ଛାତ୍ର-ରାଜନୀତି ସହ ଅତ୍ୟଧିକ ସ˚ପୃକ୍ତି ଯୋଗୁଁ ତାଙ୍କର ଶିକ୍ଷାର୍ଥୀ ଜୀବନ ଅତିଶୟ ବିଶୃଙ୍ଖଳିତ ଥିଲା। ସେ କୌଣସି ସମୟରେ ମେଧାବୀ ଛାତ୍ର ନ ଥିଲେ। ପଟନା ବିଶ୍ବବିଦ୍ୟାଳୟରୁ ତୃତୀୟ ଶ୍ରେଣୀରେ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେବା ପରେ ସେ ରାଭେନ୍‌ସା ମହାବିଦ୍ୟାଳୟରେ ଭର୍ତ୍ତିହୋଇଥିଲେ। ଏହା ପ୍ରାକ୍‌-ସ୍ବାଧୀନତାକାଳୀନ କଥା। ରାଭେନ୍‌ସା କଲେଜ୍‌ରୁ ବହିଷ୍କୃତ ହୋଇଥିବା ପ୍ରଥମ ଛାତ୍ର ହେଉଛନ୍ତି ନୀଳମଣି। ତାଙ୍କୁ ବହିଷ୍କାର କଲା ବେଳେ ରାଭେନ୍‌ସାର ତତ୍‌କାଳୀନ ଅଧ୍ୟକ୍ଷ ଡ. ପ୍ରାଣକୃଷ୍ଣ ପରିଜା ତାଙ୍କ ଚରିତ୍ର ସାର୍ଟିଫିକେଟ୍‌ରେ ଲେଖିଥିଲେ: ନୀଳମଣି ଚାରି ବର୍ଷର ଛାତ୍ର ଜୀବନରେ ଧ୍ବ˚ସମୂଳକ କାର୍ଯ୍ୟକ୍ରମ ଦ୍ବାରା କଲେଜ୍‌କୁ ଏକ ମରୁଭୂମିରେ ପରିଣତ କରିଦେଇଥିଲେ ଏବ˚ ଏ ପ୍ରକାର ଛାତ୍ରକୁ ନେଇ ପୃଥିବୀର କୌଣସି ଶିକ୍ଷାନୁଷ୍ଠାନ ଚାଲିପାରିବନାହିଁ। ଏ ପରି ନକାରାତ୍ମକ ଟିପ୍ପନୀ ସତ୍ତ୍ବେ ସେ କଲକାତାର ବିଦ୍ୟାସାଗର କଲେଜ୍‌ରୁ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ। ବିଦ୍ୟାସାଗର କଲେଜ୍‌ରେ ଭର୍ତ୍ତିକରାଇବାରେ ସାହାଯ୍ୟ କରିଥିଲେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ। ପରବର୍ତ୍ତୀ କାଳରେ ଆଇନ ଓ ରାଜନୀତି ବିଜ୍ଞାନରେ ଏମ୍‌ଏ ପଢ଼ିବା ପାଇଁ ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ମଧ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟରେ ମାତ୍ରାଧିକ ସ˚ପୃକ୍ତି ଯୋଗୁଁ ବହିଷ୍କୃତ ହୋଇଥିଲେ। ଘଟନାକ୍ରମେ ସେ କଲକାତା ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରି, କଟକ ଫେରିଥିଲେ ଏବ˚ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। 
    ‘ପ୍ରଜାତନ୍ତ୍ର’ର ସେ ଥିଲେ ପ୍ରଥମ ମୁଖ୍ୟ ପରିଚାଳକ। ଏହି ଖବରକାଗଜର ପ୍ରଚାର-ପ୍ରସାର ପାଇଁ ବହୁ ଉଦ୍ୟମ କରିଥିଲେ। ନୀଳମଣିଙ୍କ ସ˚ପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ରାଜନୈତିକ ଜୀବନର ପ୍ରଥମ ବିଧାନସଭା ନିର୍ବାଚନ ତାଙ୍କୁ ଲଢ଼ିବାକୁ ପଡ଼ି ନ ଥିଲା। ତାଙ୍କ ବିରୋଧରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ, ୧୨ ଜୁଲାଇ ୧୯୪୮ରେ ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ୧୯୫୨ର ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ତଳରେ ସେ ଥିଲେ ଘରୋଇ ବିଭାଗର ଉପ-ମନ୍ତ୍ରୀ; ତତ୍‌କାଳୀନ କନିଷ୍ଠତମ। କେନ୍ଦ୍ର ନିର୍ଦେଶରେ ବୀରେନ ମିତ୍ର ଇସ୍ତଫା ଦେବା ପରେ ସେ ମୁଖ୍ୟ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଥିଲା। ତେବେ, ମୁଖ୍ୟ ମନ୍ତ୍ରୀ ହୋଇଥିଲେ ସଦାଶିବ ତ୍ରିପାଠୀ ଏବ˚ ସେ ଉପ-ମୁଖ୍ୟ ମନ୍ତ୍ରୀ। ୧୯୭୭ରେ ସେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହୋଇଥିଲେ। ୧୯୮୦ ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀ ଥିଲେ। ନାନା ବିବାଦୀୟ ପରିସ୍ଥିତିରେ ସକ୍ରିୟ ରାଜନୀତିରୁ ଅବସର ନେବା ପରେ ବନ୍ଧୁ ଓ ଶୁଭକା˚କ୍ଷୀଙ୍କ ଅନୁରୋଧ ଏଡ଼ାଇ ନ ପାରି ନୀଳମଣି ଆତ୍ମଚରିତ ରଚନାରେ ମନଦେଇଥିଲେ। ତାଙ୍କ ଆତ୍ମଚରିତ ‘ସ୍ମୃତି ଓ ଅନୁଭୂତି’କୁ କେହି କେହି ଓଡ଼ିଶାବାସୀଙ୍କୁ ନୀଳମଣିଙ୍କର ସର୍ବଶ୍ରେଷ୍ଠ ଅବଦାନ ବୋଲି କହନ୍ତି। ତାଙ୍କ ଆତ୍ମଚରିତ ସ˚ପର୍କରେ ସେ ନିଜେ ଲେଖିଛନ୍ତି: ..ଏହା ମୋ’ର ଜୀବନ ବୃତ୍ତାନ୍ତ ନୁହେଁ, ଐତିହାସିକ ପ୍ରବାହର ଏକ କ୍ରମିକ ବିବରଣୀ ମଧ୍ୟ ନୁହେଁ। ଏହା କେବଳ ମୋ’ର ସ୍ମୃତି ଓ ଅନୁଭୂତିର ବୃତ୍ତାନ୍ତ। ୧୯୨୦ ମେ ୨୪ରେ ତିହିଡ଼ି ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଜନ୍ମ ହୋଇଥିଲେ, ଓଡ଼ିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ। ୪ ଅକ୍‌ଟୋବର୍‌ ୨୦୦୪ରେ ତାଙ୍କର ପରଲୋକ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like