-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
10-May-2026
ବଲାଙ୍ଗିର,- ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଠାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଉଦ୍ୟମରେ ଗତ ଜୁଲାଇ ମାସରେ ୧୨୦୦ ଫଳ ବୃକ୍ଷ ରୋପଣ କରାଯାଇଥିଲା । ତାହାର ଯତ୍ନ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଗ୍ରୀଷ୍ମର ପ୍ରକୋପ ରୁ ଚାରା ଗୁଡିକ ରକ୍ଷା କରିବା ପାଇଁ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କୁ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ଦାୟିତ୍ୱ ଅର୍ପଣ କରିଥିଲେ ଏବଂ ପଶୁ ପକ୍ଷୀଙ୍କୁ ମଧ୍ୟ ପିଇବା ପାଣି ଯୋଗାଇ ଦେବା ପାଇଁ ସମସ୍ତେ ସମସ୍ତଙ୍କ ଘରେ ଏବଂ ପାଖ ଜଙ୍ଗଲରେ ପାଣିର ବ୍ୟବସ୍ଥା କରିବା ପାଇଁ ଉତ୍ସାହିତ କରିଥିଲେ । ଯେପରି ଗୋଟିଏ ଗଛ ମଧ୍ୟ ନଷ୍ଟ ନ ହେବ ସେଥି ପାଇଁ ସମସ୍ତେ ଶପଥ ନେଇ ଯତ୍ନ କରିବାକୁୁ ନିଷ୍ପତ୍ତି ନେଇଥିଲେ ଓ ତତ୍ ସଙ୍ଗେ ସଙ୍ଗେ ଗଛ ଗୁଡିକୁ ପାଣି ଦେବା ଓ ଯତ୍ନ ନେବା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହି କର୍ମଶାଳା ସଭାପତି ଜୟକୃଷ୍ଣ ମିଶ୍ର ଙ୍କ ଉଦ୍ୟମ କ୍ରମେ ସଂପାଦକ ସଦାନନ୍ଦ ମହଲା, ସଂଜୟ ନାଏକ, ମଦନ ସାହୁ, ଡକୁଆ ନାଏକ, ଲବ ନାଗ, ସତ୍ୟବାନ ବୁଡେକ, ଦେବରାଜ ବରିହା, ସରୋଜ ମେହେର ଓ ଅନ୍ୟ ସଦସ୍ୟ ଅଂଶଗ୍ରହଣ କରିଥିଲେ ।