-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
04-Oct-2020
ବଲାଙ୍ଗୀର,ଠ୪/୧୦(ନି.ପ୍ର): ବଲାଙ୍ଗୀର ପତିତପାବନ ଏକାଡେମୀର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ୱନାଥ ଶତପଥୀଙ୍କ ବିୟୋଗରେ ଏକାଡେମୀ ସ୍କୁଲ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପି.ପି. ଏକାଡେମୀର ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢ଼ୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ପ୍ରଥମେ ଏହି ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସ୍ୱର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଶତପତୀଙ୍କ ଅନୁଶାସନ ଏବଂ ନିଜର ଦାୟିତ୍ୱ ପ୍ରତି ନିଷ୍ଠା ପାଇଁ ବଲାଙ୍ଗୀର ଜିଲ୍ଲାରେ ସବୁଦିନ ମନେ ରହିବେ ବୋଲି ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନିଜ ସ୍ମୃତିଚାରଣରେ କହିଥିଲେ ।