-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜ୍ୟ

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"

08-May-2026



ବଲାଙ୍ଗୀର:ସ୍ଥାନୀୟ ରୁଗୁଡ଼ିପଡା ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ ହୋଇଯାଇଛି। ପ୍ରାତଃ ୫ଘଣ୍ଟା ସମୟରେ ବାଳବିକାଶ ଛାତ୍ରଛାତ୍ରୀ ମାନେ ନଗର ପରିକ୍ରମା କରିଥିଲେ।ଆବାହକ ଦେବରାଜ ମିଶ୍ର ପ୍ରଶାନ୍ତି ପତାକା ଉତ୍ତୋଳନ କରିଥିଲେ।ସାନ୍ଧ୍ୟ ଅଧିବେଶନ ରେ ଦେବରାଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଆବାହକ ଦାମୋଦର ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ଓ ସେବା ଭାବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ସମାଜରେ ପ୍ରେମ,ଶାନ୍ତି ଓ ମାନବ ସେବା ର ସନ୍ଦେଶ ପ୍ରଚାର କରିବାକୁ ଆହ୍ୱାନ ଦେଇଥିଲେ।ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ ବୋଲି କହିବା ସହ ସମାଜରେ ଶାନ୍ତି ଓ ସଦ୍ଭାବନା ସ୍ଥାପନ ପାଇଁ ପ୍ରତ୍ୟେକ ମଣିଷଙ୍କୁ ସେବା ଭାବ ଓ ନିଷ୍ଠା ର ସହ କାମ କରିବା ଆବଶ୍ୟକ ବୋଲି କହିଥିଲେ।ନିଜ ସଭାପତିତ୍ୱ ଅଭିଭାଷଣ ରେ ଆବାହକ ଶ୍ରୀ ମିଶ୍ର ଯୁବପିଢିଙ୍କୁ ନୈତିକ ମୂଲ୍ୟବୋଧ ଓ ସେବା ମନୋଭାବ ଅନୁସରଣ କରିବାକୁ ଆହ୍ୱାନ ଜଣାଇ ଥିଲେ।ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବା ସହ ଛାତ୍ର ପ୍ରିୟବର୍ଦ୍ଧନ ସାହୁ,ସାଇ ଶ୍ରୀରାମ ମିଶ୍ର ଓ ଶ୍ରୀୟାଶ ପଟ୍ଟନାୟକ ଙ୍କୁ ପ୍ରି-ସେବାଦଳ ସ୍କାର୍ଫ ଓ ବେଜ ପ୍ରଦାନ କରାଯାଇଥିଲା।ରାଜ୍ୟ ସ୍ତରୀୟ ବାଳବିକାଶ ଗ୍ରୁପ-୨ ଉତ୍ତୀର୍ଣ୍ଣ କରିଥିବାରୁ ଛାତ୍ରୀ ସାଇ ଅନ୍ୱିତା ଖମାରୀ,ଆରାଧ୍ୟା ମିଶ୍ର ଛାତ୍ର ରିଶଭ ରୋଶନ ମିଶ୍ର,ସୌରଭ ନନ୍ଦ,ପିୟୁଷ ରଞ୍ଜନ କର୍ମୀ,ସଂକଳ୍ପ ପଧାନ,ୟଶ

ରାଜ ବିନ୍ଦ,ମନୋଜ କିଷାନ,ଶୁଭଙ୍କର ସାହୁ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଛାତ୍ର ବାସୁଦେବ ବାଗ,ଅମନ କିଷାନ, ଛାତ୍ରୀ ସାଇ ମେଘନୀ ବଂଶୀକା ସାହୁ, ଅଭିପ୍ସା ମିଶ୍ର ଓ ନନ୍ଦିତା ରାଉତ ଙ୍କୁ ସର୍ବ ଭାରତୀୟ ସ୍ତରୀୟ ୯ବର୍ଷର ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ଭାରତୀୟ ସଂସ୍କୃତି ର ଶିକ୍ଷା ଆଧାରିତ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଏହା ସହ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ସ୍ୱାଧୀନ ନାଗ,ସାଇ ଶାଶ୍ୱତ ପଧାନ,ଜୀବେଶ୍ୱର ନେଗୀ,କ୍ଷିତୀଶ ସାହୁ,ବାସୁଦେବ ନାଗ,ମନୋଜ କିଷାନ,ସ୍ମୃତି ରଞ୍ଜନ କର୍ମୀ,ରୋହିତ ସାହୁ ଓ ଛାତ୍ରୀ ସାଇ ମେଘନୀ ବଂଶୀକା ସାହୁ,ନନ୍ଦିତା ରାଉତ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ବାଳ ବିକାଶ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଟକ"ପ୍ରାୟଶ୍ଚିତ" ମଞ୍ଚସ୍ଥ ହୋଇଥିଲା।ଛାତ୍ରୀ ଆରାଧ୍ୟା ମିଶ୍ର,ସଗୁନ ମିଶ୍ର, ପ୍ରାଚୀ ପରିମିତା ସାହୁ ଓ ସାଇ ଅନ୍ୱିତା ଖମାରୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ଶେଷରେ ସଂଗଠନ ପକ୍ଷରୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like